Javelin Throw

ଇତିହାସ ରଚିଲେ ନୀରଜ ଚୋପ୍ରା: ୮୮.୧୭ ମିଟର ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ

ଇତିହାସ ରଚିଲେ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକକୁ କଲେ ନିଜ ନାଁରେ | ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ଵର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ଵର୍ଣ୍ଣିମ ସଫଳତା ପାଇଛନ୍ତି। ତେବେ ନୀରଜଙ୍କ ସଫଳତା ପରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଦାଫେଷ୍ଟରେ ରବିବାର ଅନୁଷ୍ଠିତ ବିଶ୍ୱ ଆଥଲେଟ ଚମ୍ପିୟନସିପରେ ପୁରୁଷ ଜାଭଲିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦ୍ୱିତୀୟ ପ୍ରୟାସରେ ୮୮ ଦଶମିକ ୧୭ ମିଟର ଜାଭଲିନ ଫିଙ୍ଗି ଏହି ସଫଳତା ଅଜର୍ନ କରିଛନ୍ତି ନୀରଜ । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଅର୍ଶନ ନଦୀବ ଋତୁର ୮୭ ଦଶମିକ ୬୭ ମିଟିର ଜାଭଲିନ ଫୋପାଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚେକ୍ ରିପବ୍ଲିକର ଜାକବ ଜାଦଲେଜକ ୮୬ ଦଶମିକ ୬୭ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଚମ୍ପିୟନସିପରେ ଭାଗ ନେଇଥିବା ଓଡ଼ିଆ ଖେଳାଳି ପଦକ ପାଇନଥିଲେ ମଧ୍ୟ ପଞ୍ଚମ ସ୍ଥାନରେ ରହିଛନ୍ତି କିଶୋର କୁମାର ଜେନା । ୮୪ ଦଶମିକ ୭୭ ମିଟିର ପର୍ଯ୍ୟନ୍ତ ଜାଭଲିନ ଫୋପାଡିଥଲେ କିଶୋର । ଡିପି ମନୁ ୮୪ ଦଶମିକ ୧୪ ମିଟରରେ ଫୋପାଡି ତାଙ୍କ ପଛରେ ରହିଛନ୍ତି ।

Related posts

ଇତିହାସ ରଚିଛନ୍ତି ନୀରଜ ଚୋପ୍ରା

ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

Odisha Sports Bureau

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

Odisha Sports Bureau