Hockey

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ : ଗତକାଲି ହକି ବିଶ୍ଵକପ ସମାପ୍ତି ହୋଇଛି ଆଉ ଆଜି ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ । ଓଡ଼ିଶାରେ ଖେଳାଯାଇଥିବା ବିଶ୍ବକପ୍‌ରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ରିଡ୍ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଗ୍ରାହାମ୍ ରିଡଙ୍କ ପ୍ରଶିକ୍ଷଣରେ ଭାରତ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। କିନ୍ତୁ ଚଳିତ ଥର ଦଳ କିଛି ଖାସ ପ୍ରଦର୍ଶନ କରି ପାରିଲା ନାହିଁ । ଯାହା ପାଇଁ ଆଜି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡଙ୍କ ବ୍ୟତୀତ ବିଶ୍ଳେଷଣ ପ୍ରଶିକ୍ଷକ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ ପେମ୍ବରଟନ୍ ମଧ୍ୟ ଇସ୍ତଫା ଦେଇଛନ୍ତି। ବିଶ୍ୱକପ ସମାପ୍ତ ହେବାର ଗୋଟିଏ ଦିନ ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ରିଡ୍ କହିଛନ୍ତି, ‘ବର୍ତ୍ତମାନ ସମୟ ଆସିଛି ଯେ ମୁଁ ମୋ ପଦରୁ ଇସ୍ତଫା ଦେଉଛି । ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରିବା ଏକ ଗୌରବର ଏବଂ ସୌଭାଗ୍ୟର ବିଷୟ। ସୂଚନାମୁତାବକ ରିଡ୍ ଏବଂ ତାଙ୍କ ଦଳ ସହିତ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଜିତିଥିଲା ​। ଏହା ବ୍ୟତୀତ ଭାରତୀୟ ଦଳ ବର୍ମିଂହାମ କମନୱେଲଥ ଗେମ୍ସରେ ରୌପ୍ୟ ଏବଂ FIH ପ୍ରୋ ଲିଗ୍ ୨୦୨୧-୨୨ ସିଜନରେ ତୃତୀୟ ସ୍ଥାନ ଅଧିକାର କରିଥିଲା ।

Related posts

ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା

Odisha Sports Bureau

ଲାକ୍ରା ହେବେ ଉପ ଅଧିନାୟକ

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau