Cricket

ଅଣ୍ଡର-୧୯ T – ୨୦: ଫାଇନାଲ୍‌ରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ : ଅଣ୍ଡର-୧୯ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଯାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ | ଇଂଲଣ୍ଡକୁ ୭ ଓ୍ଵିକେଟରେ ହରାଇ ବିଶ୍ୱକପ ହାତେଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍‌ର ରବିବାର ଫାଇନାଲ୍‌ରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ଟ୍ରଫି ହାସଲ କରି ଭାରତୀୟ ଦଳର ଅଧିନାୟକ ଶେଫାଳୀ ବର୍ମା ସମସ୍ତଙ୍କୁ ଉପହାର ଦେଇଛନ୍ତି । ଆଉ ମ୍ୟାଚ୍‌ ଜିତିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି ଶେଫାଳୀ ।

୪ ଓଭରରେ ମାତ୍ର ୬ ରନ୍‌ ଦେଇ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଦଖଲ କରିଥିବା ତିତାସ ସାଧୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଗ୍ରେସ୍‌ ସ୍ରାଇଭେନ୍ସ (୨୯୩ ରନ୍‌ ଏବଂ ୯ ୱିକେଟ୍‌) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା।

 

Related posts

ଅଷ୍ଟ୍ରେଲିଆ ଭାରତକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି, ପଏଣ୍ଟ ଟେବୁଲରେ ପାକିସ୍ତାନ କେଉଁ ସଂଖ୍ୟାରେ ଅଛି ?

Odisha Sports Bureau

ଲକ୍ଷ୍ନୌ ବିପକ୍ଷରେ ଐତିହାସିକ ଇନିଂସ ପରେ ବାପାଙ୍କ ପାଇଁ ଏମିତି ଲେଖିଲେ

ଦିନିକିଆ ସିରିଜରୁ ୩ଜଣ ଦ୍ରୁତ ବୋଲର: ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡଙ୍କୁ ବିଶ୍ରାମ

Odisha Sports Bureau