Hockey

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

ଭୁବନେଶ୍ୱର : ତୃତୀୟ ଥର ପାଇଁ ହକି ବିଶ୍ଵକପ ଟାଇଟଲ ହାତେଇଲା ଜର୍ମାନୀ। ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ । ଜର୍ମାନୀ ଜର୍ମାନୀରେ କମ୍ପିଲା କଳିଙ୍ଗ।

ଦୀର୍ଘ 17ଦିନ ଧରି ଚାଲିଥିବା ୨୦୨୩ ହକି ମହାକୁମ୍ଭର ବିଜୟ ଟାଇଟଲ ପିନ୍ଧିଛି ଜର୍ମାନୀ। ଓଡ଼ିଶାରେ ଖେଳାଯାଇଥିବା ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌ ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ହକି ବିଶ୍ବ ହାତେଇଛି ଜର୍ମାନୀ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍‌ ଓ ଜର୍ମାନି ମଧ୍ୟ କଡା ମୁକାବିଲା ହୋଇଥିଲା। ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍‌ କରିଥିଲେ। ଖେଳ ଏତେ ରୋମାଞ୍ଚକ ପୂର୍ଣ୍ଣ ଥିଲା ଯାହା କୁ ଦେଖିବା ପାଇଁ ସାରା ଷ୍ଟାଡିଅମ ର ଲୋକ ଉତ୍କଣ୍ଠା ର ସହ ଛିଡା ହେଇ ରହିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍‌ଆଉଟ୍‌ର ନିଆଯାଇଥିଲା। ଯେଉଁଥିରେ ଜର୍ମାନି ୫-୪ ଗୋଲ୍‌ରେ ବେଲଜିୟମ୍‌କୁ ପରାସ୍ତ କରି ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ନିଜ ନାଁ ରେ କରିଛି ।

ପୁରସ୍କାର ବିତରଣୀ ସମାରୋହ ରେ ରାଜ୍ୟପାଳ ଗଣେଶଲାଲ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହରା, FIH ସଭାପତି ତାୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲୀପ ତୀରକି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାମୁତାବକ ଏହା ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ ପରସ୍ପରକୁ ଭେଟିଥିଲେ।ଏହି ମ୍ୟାଚେର ୩-୧ ଗୋଲରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ନିଶ୍ଚିତ କରିଥିଲା ।

Related posts

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ମାତ ଦେଇଛି ଭାରତ

Odisha Sports Bureau

ବେଲଜିୟମ ଟୁର ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

Odisha Sports Bureau

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶାକୁ କାଂସ୍ୟ

Odisha Sports Bureau