Uncategorized

ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଲେ କେ ଏଲ୍ ରାହୁଲ

ଅଷ୍ଟ୍ରେଲିଆ  : ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ଭିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ଉପ-ଅଧିନାୟକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସମ୍ମିଳନୀରେ ସେ ଭାରତର ଚୂଡାନ୍ତ ଏକାଦଶ ନେଇ ବଡ ବୟାନ ରଖିଛନ୍ତି କେ ଏଲ ରାହୁଲ ଓ ଶୁଭମନ୍ ଗିଲ । କିଏ ରୋହିତଙ୍କ ସହ ଓପନିଂ କରିବ ତାକୁ ନେଇ ଏବେ ବି ପ୍ରଶ୍ନ ଚିହ୍ନ ଲାଗି ରହିଛି । ଏପରି ସ୍ଥିତିରେ କେ ଏଲ ରାହୁଲ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଯଦି ଟିମ୍ ମ୍ୟାନେଜମେଣ୍ଟ ଚାହେଁ ତେବେ ସେ ମିଡିଲ୍ ଅର୍ଡରରେ ମଧ୍ୟ ବ୍ୟାଟିଂ କରିପାରିବେ । ଏଥିପାଇଁ ତାଙ୍କର କିଛି ବି ଅସୁବିଧା ନାହିଁ ବୋଲି ସେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ରାହୁଲଙ୍କ ଏହି ବୟାନ ପରେ ଗିଲ୍-ରୋହିତ ପ୍ରଥମ ଟେଷ୍ଟରେ ଓପନିଂ କରିବେ ବୋଲି ପକ୍କା ହୋଇଯାଇଛି ।

 

Related posts

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

Odisha Sports Bureau

୨୭ ତାରିଖରୁ ଆରମ୍ଭ ହେବ ଟେବୁଲ ଟେନିସ୍: ମୈଦାନକୁ ଓହ୍ଲାଇବେ ହର୍ମିତ୍ ଦେଶାଇ

୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ

Odisha Sports Bureau