Cricket

ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍

ଆଇପିଏଲ ୨୦୨୩ ୬ଷ୍ଠ ମ୍ୟାଚରେ ଚେନ୍ନାଇର ଲମ୍ବା ସ୍କୋର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ୨୧୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ କରି ମ୍ୟାଚ୍ ହାରିଛି ଲକ୍ଷ୍ନୌ। ଲକ୍ଷ୍ନୌ ର ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । କାଇଲ୍ ମାୟର୍ସ ଏବଂ କେଏଲ ରାହୁଲ ୫.୩ ଓଭରରେ ୭୯ ରନ୍ କରିଥିଲେ । କାଇଲ୍ ୨୨ ବଲରେ ୫୩ ରନ୍, ନିକୋଲାସ୍ ପୁରାନ୍ ୧୮ ବଲରେ ୩୨ ରନ୍, ମାର୍କସ୍ ଷ୍ଟୋଇନିସ୍ ୧୮ ବଲରେ ୨୧ ରନ୍ କରିଥିବା ବେଳେ ଆୟୁଷ ବାଡୋନି ୧୮ ବଲରେ ୨୩ ରନ୍ କରିଥିଲେ ସୁଦ୍ଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ଚେନ୍ନାଇ ଏହି ମ୍ୟାଚକୁ ୧୨ ରନ୍ରେ ଜିତି ନେଇଥିଲା । ଚେନ୍ନାଇ ପକ୍ଷରୁ ମୋଏନ୍ ଅଲି ୪ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ୨ଟି ଓ ମିଚେଲ ସାଣ୍ଟନର୍ ଗୋଟିଏ ୱିକେଟ ନେଇଥିଲେ । ଏହି ମ୍ୟାଚରେ ଧୋନିଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଧୋନି୨ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲେ ।

 

Related posts

ଲର୍ଡସରେ ରାହୁଲ ଶୋ’

Odisha Sports Bureau

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

Odisha Sports Bureau

ମିଚେଲ ମାର୍ଶାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ପ୍ୟାନ୍ସ

Odisha Sports Bureau