Cricket

ପ୍ରଥମ ମ୍ୟାଚ ହାରିବା ପରେ ସିଜିନକୁ କମ୍‌ବ୍ୟାକ୍‌ କଲା ଧୋନି ବାହିନୀ,

ଲକ୍ଷ୍ନୌ : ପୁଣି ଧୋନିଙ୍କ ଜବରଦସ୍ତ ବ୍ୟାଟିଂ । ଛକା ଚଉକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି ଧୋନୀ । ତେବେ ପ୍ରଥମ ମ୍ୟାଚ ହାରିବା ପରେ ସିଜିନକୁ ପୁଣି କମ ବ୍ୟାକ୍ କରିଛନ୍ତି ଧୋନୀ । ସୂଚନା ମୁତାବକ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଜିତିଛି । ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ୧୨ ରନରେ ଲକ୍ଷ୍ନୌକୁ ହରାଇଛି ଚେନ୍ନାଇ ସୁପରକିଙ୍ଗସ ।ଆଇପିଏଲ୍ ୨୦୨୩ ୬ଷ୍ଠ ମ୍ୟାଚରେ ଚେନ୍ନାଇ ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନ୍ରେ ପରାସ୍ତ କରିଛି ସୁପର କିଙ୍ଗସ୍ । ୨୧୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ କରି ମ୍ୟାଚ୍ ହାରିଛି ଲକ୍ଷ୍ନୌ। ଲକ୍ଷ୍ନୌ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । କାଇଲ୍ ମାୟର୍ସ ଏବଂ କେଏଲ ରାହୁଲ ୫.୩ ଓଭରରେ ୭୯ ରନ୍ କରିଥିଲେ । କାଇଲ୍ ୨୨ ବଲରେ ୫୩ ରନ୍, ନିକୋଲାସ୍ ପୁରାନ୍ ୧୮ ବଲରେ ୩୨ ରନ୍, ମାର୍କସ୍ ଷ୍ଟୋଇନିସ୍ ୧୮ ବଲରେ ୨୧ ରନ୍ କରିଥିବା ବେଳେ ଆୟୁଷ ବାଡୋନି ୧୮ ବଲରେ ୨୩ ରନ୍ କରିଥିଲେ ସୁଦ୍ଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।ଫଳରେ ଚେନ୍ନାଇ ଏହି ମ୍ୟାଚକୁ ୧୨ ରନ୍ରେ ଜିତି ନେଇଥିଲା । ଚେନ୍ନାଇ ପକ୍ଷରୁ ମୋଏନ୍ ଅଲି ୪ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ୨ଟି ଓ ମିଚେଲ ସାଣ୍ଟନର୍ ଗୋଟିଏ ୱିକେଟ ନେଇଥିଲେ । ଚେନ୍ନାଇର ଏହି ସିଜିନର ପ୍ରଥମ ବିଜୟ। ପ୍ରଥମ ମ୍ୟାଚରେ ଚେନ୍ନାଇ ଗୁଜୁରାଟ ଠାରୁ ପରାସ୍ତ ହୋଇଥିଲା ।ଏହି ମ୍ୟାଚରେ ଧୋନିଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଧୋନି୨ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲେ ।

Related posts

ଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳି

Odisha Sports Bureau

ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ ରେ ପରାସ୍ତ କଲା ଭାରତ

Odisha Sports Bureau

ଗୌତମଙ୍କ ହାତ ଛାଡିଲା ଦଳ

Odisha Sports Bureau