Cricket

ବିରାଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି

ବେଙ୍ଗାଲୁରୁ: ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୧୩ ରନ୍ର ବିଶାଳ ଟାର୍ଗେଟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଶେଷ ବଲ୍ରେ ପୂରଣ କରିବା ସହ ବିଜୟ ହାସଲ କରିଥିଲା।ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ବିରାଟ କୋହଲି ୪୪ ବଲ୍ରେ ୬୧ ରନ୍ କରିଥିଲେ। ତେବେ ବିରାଟଙ୍କ ଏହି ଇଂନିସ ସତ୍ତ୍ବେ ତାଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି।
ମ୍ୟାଚ୍ ସମୟରେ କମେଣ୍ଟ୍ରି କରୁଥିବା ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ତଥା ସମୀକ୍ଷକ ସାଇମନ୍ ଡଲ୍ ବିରାଟଙ୍କ ବିଷୟରେ କହିଛନ୍ତି ଯେ କୋହଲି କେବଳ ତାଙ୍କ ରେକର୍ଡକୁ ଗୁରୁତ୍ୱ ଦିଅନ୍ତି। ସେ ଦଳୀୟ ସ୍କୋରକୁ ଗୁରୁତ୍ବ ପ୍ରଦାନ କରନ୍ତି ନାହିଁ।
ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ମାତ୍ର ୨୫ ବଲରେ ପ୍ରାରମ୍ଭିକ ୪୨ ରନ୍ ସ୍କୋର କରିଥିଲେ।ଭଳି ପରିସ୍ଥିତିରେ ସାଇମନ୍ ଡଲ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ କୋହଲି ଏକ ହାଇ ସ୍ପିଡ୍ ଟ୍ରେନ୍ ପରି ନିଜ ଇଂନିସ ଆରମ୍ଭ କରିଥିଲେ। ସେ ଦ୍ରୁତ ଗତିରେ ରନ୍ କରୁଥିଲେ। ମାତ୍ର ପରେ ସେ ୪୨ ରନରୁ ୫୦ ରେ ପହଞ୍ଚିବା ପାଇଁ ୧୦ ଟି ବଲର ସମ୍ମୁଖୀନ ହୋଇଥିଲେ । ଲାଗୁଥିଲା ଯେ ସେ ତାଙ୍କ ରେକର୍ଡକୁ ନେଇ ଚିନ୍ତିତ ଅଛନ୍ତି। ମୁଁ ଭାବୁନାହିଁ ଖେଳରେ ଏଥିପାଇଁ ସ୍ଥାନ ଅଛି ଜ୍ଝ ଆପଣ କ୍ରମାଗତ ଭାବରେ ରନ୍ ସ୍କୋର କରିବା ଉଚିତ୍, ଯେତେବେଳେ ଆପଣଙ୍କର ବହୁତ ୱିକେଟ୍ ବାକି ଅଛି। ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଉ କିଛି ରନ୍ ଅଧିକ କରିଥାନ୍ତା ତେବେ କାଲିର ମ୍ୟାଚକୁ ଜିତିଯାଇଥାନ୍ତା ବୋଲି ସାଇମନ୍ ଡଲ୍ ମନ୍ତବ୍ୟ ଦେଇ କହିଛନ୍ତି।

Related posts

କୋଲକାତା ଜିତିଲା ଗତ କାଲି ମ୍ୟାଚରେ

ଦଳରୁ ବାହାରିଲେ ୩ ଜଣ ଖେଳାଳୀ

Odisha Sports Bureau

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

Odisha Sports Bureau