Cricket

ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର

ପ୍ରତିଦିନ ସଂନ୍ଧ୍ୟ ହେଲେ ଆଇପିଏଲ ମ୍ୟାଚ ଦେଖିବାକୁ ଟିଭି ଖୋଲି ବସିଥାନ୍ତି ଦର୍ଶକ । ନିଜ ନିଜ ଟିମକୁ ଚିୟର୍ସ ମଧ୍ୟ କରନ୍ତି । ମ୍ୟାଚ୍ର ପ୍ରତିଟି ମୁହୂର୍ତ୍ତର ମଜା ଉଠାନ୍ତି ଦର୍ଶକ । ଆଇପିଏଲ୍ର ପ୍ରତିଟି ଟିମର ଖେଳକୁ ଚାତକ ଭଳି ଚାହିଁ ରୁହନ୍ତି ।୨୦୦୮ରୁ ଏବେ ଯାଏଁ ଦର୍ଶକଙ୍କ ମନରେ ଆଇପିଏଲ୍ର କ୍ରେଜ୍ କମିନି । ଛୋଟରୁ ବଡ଼ ଯାଏଁ ସଭିଏଁ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଭଲ ପାଇଥାନ୍ତି । ଆଇପିଏଲରେ ସବୁ ବେଳେ କ୍ରିକେଟରଙ୍କ ଦରମାକୁ ନେଇ ଚର୍ଚ୍ଚା ହୁଏ । କିନ୍ତୁ ଅମ୍ପିଆର କେତେ ଦରମା ପାଇଥାନ୍ତି ସେ ସଂମ୍ପର୍କରେ କେହି ଜାଣନ୍ତି ନାହିଁ । ଆସନ୍ତୁ ଜାଣିବା ଅମ୍ପୟାରଙ୍କ ଦରମା ସମ୍ପର୍କରେ କିଛି କଥା
କ୍ରିକେଟ ମ୍ୟାଚରେ ଅମ୍ପାୟାର ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ । ଅମ୍ପାୟର ନିସ୍ପତ୍ତିରେ ମ୍ୟାଚର ଦିଗ ପରି ବର୍ତ୍ତନ ହୋଇଥାଏ । ।ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍ରେ ଦରମା ପାଆନ୍ତି । ସୂଚନା ଅନୁଯାୟୀ କେତେକ ଅମ୍ପାୟାର ଖେଳାଳିଙ୍କଠୁ ମଧ୍ୟ ଅଧିକ ଦରମା ପାଇଥାନ୍ତି । ଅମ୍ପାୟାର ମାନଙ୍କୁ କ୍ୟାଟୋଗୋରୀ ହିସାବରେ ଟଙ୍କା ଦିଆଯାଏ । ଓଉଉ ଅନୁଯାୟୀ ସେମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଶ୍ରେଣୀ ତଥା ଓଉଉ ର ଇଲାଇଟ୍ ପ୍ୟାନେଲ୍ର ଅମ୍ପାୟାର ପ୍ରତି ମ୍ୟାଚ୍ ପିଛା ୧.୯୮ ଲକ୍ଷ ଏବଂ ଦ୍ୱିତୀୟ ଶ୍ରେଣୀ ଅମ୍ପାୟାରଙ୍କୁ ମ୍ୟାଚ୍ ପିଛା ୫୯ ହଜାର ଟଙ୍କା ଦିଆଯାଏ । ସୂଚନାନୁଯାୟୀ ଜଣେ ଅମ୍ପାୟାର ଗୋଟିଏ ସିଜିନ୍ରେ ୨୦ଟି ମ୍ୟାଚ୍ରେ ଅମ୍ପାୟାରିଂ କରନ୍ତି । ଏହି ହିସାବରେ ସେ ଗୋଟିଏ ସିଜିନ୍ରେ ପାଖାପାଖି ୪୦ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ଦରମା ଅମ୍ପାୟାର ମାନଙ୍କୁ ମିଳୁଛି । ଏହାଛଡ଼ା ଅମ୍ପାୟାର ପିନ୍ଧିଥିବା ଡ୍ରେସ୍ରେ ଲାଗିଥିବା ବ୍ରାଣ୍ତମାନେ ମଧ୍ୟ ସେମାନଙ୍କୁ ଟଙ୍କା ଦିଅନ୍ତି ।ତେବେ ଆଇପିଏଲ୍ ନିଲାମରେ ୪୦ ଲକ୍ଷ ଟଙ୍କା ତଳକୁ କିଣାଯାଇଥିବା ଖେଳାଳିଙ୍କଠୁ ବି ଅମ୍ପାୟାରମାନେ ଅଧିକ ରୋଜଗାର କରନ୍ତି ।
ଚଳିତ ଆଇପିଏଲରେ ୧୨ଜଣ ଭାରତୀୟ ଅମ୍ପାଆର ଅଛନ୍ତି ।ସେମାନେ ହେଲ ଅନିଲ ଚୌଧରୀ, ସି. ସାମସୁଦ୍ଧିନ,ବିରେନ୍ଦ୍ର ଶର୍ମା,କେ.ଏନ.ଅନନ୍ତପଦ୍ମନାଭନ୍, ନିତିନ ମେନନ୍,ଏସ. ରବି,ବିନିତ କୁଳକର୍ଣ୍ଣୀ,ୟସବନ୍ତ ବରଦେ,ଉଲ୍ସାସ ଗାନ୍ଧୀ, ଅନିଲ ଦାଣ୍ଡେକର, କେ ଶ୍ରୀନିବାସନ୍ ,ପଶ୍ଚିମ ପାଠକ ଅମ୍ପାୟାର ରହିଛନ୍ତି ।ରିଚାର୍ଡ ଇଲିଙ୍ଗୱର୍ଥ(ଇଂଲଣ୍ଡ), ପଲ୍ ରିଫେଲ (ଅଷ୍ଟ୍ରେଲିଆ), ଖ୍ରୀଷ୍ଟୋଫର୍ ଗାଫାନ (ନିୟୁଜିଲାଣ୍ଡ) । ଚଳତି ଆଇପିଏଲରେ ଏହି ଅମ୍ପାୟାର ମାନେ ଅଛନ୍ତି ।ସବୁଠୁ ଅଧିକ ଦରମା ସି. ସାମସୁଦ୍ଧିନ, ଅନିଲ ଚୌଧରୀ, ପଲ୍ ରିଫେଲ, ନିତିନ ମେନନ, ଖ୍ରୀଷ୍ଟୋଫର୍ ଗାଫା ୧ ଲକ୍ଷ ୯୮ ହଜାର ଦରମା ନେଉଛନ୍ତି ।

 

Related posts

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

Odisha Sports Bureau

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଅଧଘଣ୍ଟା ପୂର୍ବରୁ ଆରମ୍ଭ ହେବ ପ୍ଳେଅଫ୍ ମ୍ୟାଚ

Odisha Sports Bureau