Cricket

ଡ଼େଲ ଷ୍ଟେନ ରେକର୍ଡ଼ ଭାଙ୍ଗିବା ସହ ଇତିହାସ ରଚିଲେ

(ଓଡିଶା ସ୍ପୋର୍ଟ): ପାକିସ୍ତାନ ବିରୋଧରେ ଖେଳାଯାଇଥିବା ଏହି ବକ୍ସିଂ ଡେ’ ଟେଷ୍ଟରେ ସେ ୪୨୨ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ଘାତକ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଦେଶର କିମ୍ବଦନ୍ତୀ ବୋଲର ସନ୍ ପୋଲକ୍ଙ୍କ ରେକର୍ଡ ଭାଙ୍ଗିବା ସହିତ ନିଜେ ଇତହାସ ରଚିଛନ୍ତି।

ଦିନର ୧୭ତମ ଓଭର୍ରେ ସେ ଫଖର୍ ଜମାନ୍ଙ୍କ ୱିକେଟ୍ ନେଇ ଏହି ସଫଳତା ହାସଲ କରିଛନ୍ତି। ପୋଲକ୍ ୧୦୮ଟି ଟେଷ୍ଟରେ ୪୨୧ଟି ୱିକେଟ୍ର ରେକର୍ଡ କରିଥିଲେ ଏବଂ ଷ୍ଟେନ୍ ଏହା ୮୯ଟି ଟେଷ୍ଟ ଖେଳି ହାସଲ କରିଛନ୍ତି। ସମଗ୍ର କ୍ରିକେଟ୍ ଜଗତରେ କେବଳ ରିଚାର୍ଡ ହାଡ୍ଲିଙ୍କ ୪୩୧ ୱିକେଟ୍ର ରେକର୍ଡ ଭାଙ୍ଗିଦେଲେ ସେ ଟପ୍ ୧୦କୁ ଚାଲିଆସିବେ।
ସେ ଏତିପାଇଁ ବହୁଦିନ ଧରି ଅପେକ୍ଷାରତ ଥିଲେ। କାରଣ ସେ ୨୦୧୫ରେ ହିଁ ୮୦ ମ୍ୟାଚ୍ରୁ ୪୦୦ ୱିକେଟ୍ର ମାଇଲ୍ଖୁଣ୍ଟ ଛୁଇଁଥିଲେ। ଏହାପରେ ବାରମ୍ବାର ଆହତ ହୋଇ ସେ ଏହି ରେକର୍ଡ କରିବାର ସୁଯୋଗ ବାରମ୍ବାର ହରାଇଥିଲେ।

Related posts

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଦଳ ଘୋଷଣା

Odisha Sports Bureau

କୋହଲିଙ୍କ ୫୦ ତମ ଶତକ , ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau

ରୋହିତ ଶର୍ମା ଏବଂ ବିରାଟଙ୍କୁ ସମ୍ମାନ ଜଣାଇଲା ICC