Cricket

ବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହି

କ୍ୟାପଟେନ କୁଲ ଧୋନି ସବୁବେଳେ କିଛିନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କର କ୍ୟାପଟେନ ସି ହେଉ କିମ୍ବା ହେଲିକପ୍ଟର ସଟ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିଛି । ଏବେ ମହେନ୍ଦ୍ର ସିଂ ଧୋନିଙ୍କ ଆଚାର ବ୍ୟବହାର ଓ ତାଙ୍କର କୁଲ ଅନଦାଜ ବେଶ ଜଣା ସୁଣା ସେଥିପାଇଁ ତ ତାଙ୍କୁ କ୍ୟାପଟେନ କୁଲ କୁହାଯାଏ । ମାହିଙ୍କ ଫ୍ୟାନ ମାନେ କାଙ୍କୁ ଯେତେ ଭଲ ପାଆନ୍ତି ସେ ମଧ୍ୟ ତାଙ୍କ ଫ୍ୟାନ ମାନଙ୍କୁ ସେତିକି ଭଲ ପାଇବା ଦିଅନ୍ତି କୌଣସି ଫଞାନକୁ ନିରାସ କରନ୍ତି ନାହିଁ ।
ନିକଟରେ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ତଥା ମହେନ୍ଦ୍ର ସିଂ ଧୋନି କାଙ୍କର ୮୮ ବୟସ୍କା ଫ୍ୟାନକୁ ଭେଟିଛନ୍ତି । ବୃଦ୍ଧା ଫ୍ୟାନ୍ ଜଣକ ହେଲେ ଅଭିନେତ୍ରୀ ଓ ରାଜନେତ୍ରୀ ଖୁସବୁ ସୁନ୍ଦରଙ୍କ ଶାଶୁ । ରାଜନେତ୍ରୀ ଖୁସବୁ ସୁନ୍ଦର ଟୁଇଟରରେ ଏକ ଫୋଟେ ସେୟାର କରିଛନ୍ତି । ଫଟୋ ସେୟାର କରି ଖୁସବୁ ଲେଖିଛନ୍ତି, “ହିରୋ ତିଆରି ହୁଅନ୍ତି ନାହିଁ, ଜନ୍ମ ହୁଅନ୍ତି । ଯେଉଁଠାରେ ଦେଖିବାକୁ ମିଳିଛି ଯେ ଫଟୋରେ ଦେଖିବାକୁ ମିଳୁଛି ଖୁବ୍ ଆଗ୍ରହ ସହକାରେ ବୃଦ୍ଧା ଫ୍ୟାନ୍ଙ୍କୁ ଭେଟିଛନ୍ତି ମାହି । ଆଉ କ୍ୟାପଟେନ୍ କୁଲଙ୍କୁ ଦେଖିବା ପରେ ବୃଦ୍ଧା ଜଣକ ଖୁବ୍ ଖୁସି ହୋଇଯାଇଛି । ସ୍ନେହରେ ମାହିଙ୍କୁ ଗାଲରେ ଏକ ଚୁମ୍ବନ ଦେଇଛନ୍ତି । ପ୍ରିୟ କ୍ରିକେଟରଙ୍କୁ ଭେଟିବାର ଆନନ୍ଦ ତାଙ୍କୁ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

 

Related posts

ଅଲରାଉଣ୍ଡର କୈଲିସଙ୍କ ପରି ଖେଳାଳି ଅଦ୍ୱିତୀୟ

Odisha Sports Bureau

କୋହଲିଙ୍କ ନାମରେ କୋଟଲା ଷ୍ଟାଡ଼ିୟମ ଷ୍ଟାଣ୍ଡ

Odisha Sports Bureau

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

Odisha Sports Bureau