Cricket

ଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କର

ଚଳିତ ଆଇପିଏଲରେ ଆଜି ଚାରେଦି ଦଳ ମଧ୍ୟରେ ଯୋର ଦାର ଲଢେଇ । ଅପରାହ୍ନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଗୁଜୁରାଟ ଟାଇଟନ୍ସ ମୁହାଁ ମୁହିଁ ହେଉଥିବା ବେଳେ ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ କଡା ଟକ୍କର । କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ବିଜୟଧାରା ଜାରି ରଖିବାକୁ ଆଗ୍ରହୀ ରହିଥିବା ବେଳେ ଅସ୍ଥିର ପ୍ରଦର୍ଶନ ଭିତରେ ଗତି କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଶୀର୍ଷକୁ ଫେରିବା ଆଶା ରଖିଛି। ଲକ୍ଷ୍ନୌ ୬ ମ୍ୟାଚ୍ରୁ ୪ ଜିତି ୮ ପଏଣ୍ଟ ପାଇଥିବା ବେଳେ ଗୁଜରାଟ ୫ରୁ ୩ ଜିତିଛି। ଗତ ମ୍ୟାଚ୍ରେ ଟେବୁଲ୍ର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରିଥିବାରୁ ଲକ୍ଷ୍ନୌର ଆତ୍ମବିଶ୍ବାସ ନିଶ୍ଚିତ ରହିଛି। ପଞ୍ଜାବ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଦାବିଦାର ରହିଛି। ଐତିହାସିକ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମୁକାବିଲାକୁ ଜିତି ରୋହିତ ଶର୍ମାଙ୍କ ଦଳ ଶୀର୍ଷ ୪ ଭିତରକୁ ପ୍ରବେଶ କରିବାକୁ ଚାହିଁବ। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୩ ବିଜୟ ହାସଲ କରିଛି। ଗତ ୩ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦଳ ହ୍ୟାଟ୍ରିକ୍ ବିଜୟ ପାଇଛି। ରୋହିତ ଶର୍ମା-ଈଶାନ କିଶନଙ୍କ ପ୍ରାରମ୍ଭିକ ଯୋଡ଼ି ଭଲ କରୁଥିବାରୁ ଦଳର ବ୍ୟାଟିଂ ବିସ୍ଫୋରଣ ପଞ୍ଜାବ ବୋଲରଙ୍କ ପାଇଁ ଚିନ୍ତାର କାରଣ ହେବ। ଦୁଇ ବିଦେଶୀ ଖେଳାଳି କାମେରନ୍ ଗ୍ରିନ୍ ଓ ଟିମ୍ ଡେଭିଡ୍ ଗତ ୩ ମ୍ୟାଚ୍ରେ ମଧ୍ୟ ଭଲ ଖେଳିଛନ୍ତି। କେବଳ ସୂର୍ୟ୍ୟକୁମାର ଯାଦବଙ୍କଠାରୁ ଗୋଟିଏ ଭଲ ପାଳିର ଆବଶ୍ୟକତା ରହିଛି, ଯାହା ତାଙ୍କ ମନୋବଳକୁ ବଢ଼ାଇବା ପାଇଁ ଯଥେଷ୍ଟ ହେବ। ଜୋଫ୍ରା ଆର୍ଚରଙ୍କ ପ୍ରତ୍ୟାବର୍ତନ ଆଶାରେ ରହିଛି ମୁମ୍ବାଇ । ଭୁବନେଶ୍ବର କୁମାରଙ୍କ ୱିକେଟ୍ ସହିତ ଆଇପିଏଲ୍ ୱିକେଟ୍ ଖାତା ଖୋଲିଛନ୍ତି ପଞ୍ଜାବ କିଙ୍ଗ୍ସ କିନ୍ତୁ ଏହାର ନିୟମିତ ଅଧିନାୟକ ଶିଖର ଧାୱନଙ୍କ ବିନା ଖେଳୁଥିବାରୁ ଚାପରେ ରହିଛି। ଧାୱନ ଖେଳିଥିବା ୪ ମ୍ୟାଚ୍ରୁ ୨୩୩ ରନ୍ ସଂଗ୍ରହ କରି ଏବେ ମଧ୍ୟ ଅଗ୍ରଣୀଙ୍କ ମଧ୍ୟରେ ରହିଛନ୍ତି। ଦଳ କିନ୍ତୁ ୬ରୁ ୩ ମ୍ୟାଚ୍ ହାରି ଚାପରେ ପଡ଼ିଛି। ସେପଟେ ଅର୍ଶଦୀପ ସିଂହ, କାଗିସୋ ରବାଦା, କାମଳଚା ଅଧିନାୟକ ସାମ କରନ୍ଙ୍କ ଉପରେ ନିର୍ଭର କରିବ ପଞ୍ଜାବ କିଙ୍ଗ୍ସ।

 

Related posts

ଡ୍ରେସିଂ ରୁମରେ ଭେପିଂ ଗମ୍ଭୀର ସମସ୍ୟାରେ ପଡ଼ିଛନ୍ତି ରିୟାନ ପରାଗ

Odisha Sports Bureau

ଭାରତୀୟ ସ୍ପିନର ଶାହବାଜ ନଦୀମ କ୍ରିକେଟରୁ ନେଇଛନ୍ତି ଅବସର

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

Odisha Sports Bureau