Hockey

୧୦ ବର୍ଷ ଯାଏ ଓଡ଼ିଶା ହେବ ହକିର ପ୍ରାୟୋଜକ

ରାଜ୍ୟର କ୍ୟାବିନେଟେ ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ୧୫ଟସି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ସେହିପରି ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ୟ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଓଡ଼ିଶା ହେବ ବୋଲି କୁହାଯାଇଛି । ଓଡ଼ିଶା ସରକାର ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ସରକାରୀ ପ୍ରାୟୋଜକ ରହିଛନ୍ତି। ଭାରତୀୟ ହକିର ଅଭିବୃଦ୍ଧି ଓ ବିକାଶ ଦିଗରେ ଏହି ସହାୟତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବାକୁ ଯାଇଛି। ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମସି) ସରକାରଙ୍କ ଅନୁମୋଦନ କ୍ରମେ ୨୦୧୮ରୁ ୨୦୨୩ ପର୍ୟ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ହକି ଦଳ ଉଭୟ ପୁରୁଷ, ମହିଳା ଏବଂ ସିନିୟର, ଜୁନିୟର ଟିମ୍ର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହ ଚୁକ୍ତି କରିଥିଲା। ଚୁକ୍ତିକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଓଏମସି ଲିମିଟେଡ୍ ସରକାରଙ୍କ ଅନୁମୋଦନ ଲୋଡ଼ିଥିଲା। ଯାହାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଓଏମସି ବର୍ତ୍ତମାନ ଆଉ ୧୦ ବର୍ଷ ପାଇଁ ଅର୍ଥାତ ୨୦୨୩ ଫେବୃଆରୀ ୧ରୁ ୨୦୩୩ ଜାନୁଆରୀ ୧ ପର୍ୟ୍ୟନ୍ତ ପ୍ରାୟୋଜକ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହି ସମୟ ମଧ୍ୟରେ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪ କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରାଯିବ।.

Related posts

ହକି ଟିମକୁ ଭବ୍ୟ ସ୍ୱାଗତ

Odisha Sports Bureau

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau

ହକି ଦଳକୁ ନବୀନଙ୍କ ଭେଟି

Odisha Sports Bureau