Cricket

ଚେନ୍ନାଇକୁ ୧୪୦ରନର ଟାର୍ଗେଟ ଦେଲା ମୁମ୍ବାଇ

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ ଓ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଖେଳାଯାଇଛି ।ଏହା ଚଳିତ ଆଇପିଏଲର ୪୯ତମ ମ୍ୟାଚ । ଆଜିର ମ୍ୟାଚରେ ଚେନ୍ନାଇକୁ ୧୪୦ରନର ଟାର୍ଗେଟ ଦେଇଛି ମୁମ୍ବାଇ ।ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ ରନରେ ୩ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଓ୍ବାଧେରା ୬୪ରନ ଓ ସୂର୍ୟ୍ୟକୁମାର ୨୬ରନ କରିଥିଲେ । ଟ୍ରିସାନ ଷ୍ଟ୍ରବ୍ସ ୨୦ରନ କରିଥିଲେ । କିନ୍ତୁ ଶେଷ ବେଳକୁ ଦଳର ବ୍ୟାଟିଂ ପୁଣି ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ।ଚେନ୍ନାଇ ପକ୍ଷରୁ ଯୁବ ଦ୍ରୁତ ବୋଲର ମହିସା ପଥିରାନା ୧୫ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ ।। ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ୍ ନେଇଥିଲେ ।

Related posts

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତ

ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିବା ରାଙ୍କରେ ଯୋଡ଼ି ହେଲେ ମିତାଲି ରାଜ

Odisha Sports Bureau