Cricket

ନେହଲ ୱାଧେରାଙ୍କ ଛକାମାଡରେ ଭାଙ୍ଗିଲା କାରର କାଚ

ମୁମ୍ବାଇ: ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ପାଇ ଇଣ୍ଡିଆନ୍ସ ବ୍ୟାଟର । ଛକା ମାରିବା ପରେ କମ୍ପାନୀର କ୍ଷତି ହୋଇଥିବା ବେଳେ ଖେଳାଳିଙ୍କୁ ଫାଇଦା ମିଳିବ । ଏହି ମ୍ୟାଚର ୧୧ ଓଭରରେ ହସରଙ୍ଗା ବୋଲିଂ କରୁଥିଲେ । ଏହି ନେହଲଙ୍କୁ ଷ୍ଟ୍ରାଇକ ଦେଇଥିଲେ ସୂର୍ୟ୍ୟକୁମାର ଯାଦବ । ହସରଙ୍ଗାଙ୍କ ବଲରେ ମିଡଓ୍ଵିକେଟ ବାଉଣ୍ଡ୍ରି ତରଫରୁ ସ୍ୱିପ ସଟ୍ ଖେଳିଥିଲେ ନେହଲ । ଆଉ ବଲ୍ଟି ଯାଇ ସିଧାସଳଖ କାରର କାଚରେ ବାଜିଥିଲା ।ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି । ନିୟମ ମୁତାବକ, ବଲ୍ ଯାଇ ସିଧାସଳଖ ଭାବେ କାରରେ ବାଜିଲେ, ୫ ଲକ୍ଷ ଟଙ୍କାର ଦାନ କରିବ କାର କମ୍ପାନୀ । ଯାହାର ଫାଇଦା କର୍ଣ୍ଣାଟକ କଫି ବଗିଚାରେ ଜୈବ ବିବିଧତା ବୃଦ୍ଧି କରିବା ପାଇଁ କରାଯିବ । ଏହି ମ୍ୟାଚ ଜିତିବା ପରେ ମୁମ୍ବାଇ ୮ ନଂ ସ୍ଥାନରୁ ୩ ନଂ ସ୍ଥାନରେ ପହଞ୍ଚିଛି । ତେବେ ମୁମ୍ବାଇର ଏହି ବିଜୟ ପଛରେ ସୂର୍ୟ୍ୟକୁମାର ଯାଦବ ଏବଂ ନେହଲ ଓ୍ଵଧେରାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଦୁହେଁ ୬୪ ବଲରେ ୧୪୦ ରନର ଭାଗିଦାରିତା କରିଥିଲେ । ଏହି ମ୍ୟାଚରେ ନେହଲ ୩୪ ବଲରେ ଅପରାଜିତ ରହି ୫୨ ରନ କରିଥିଲେ । ଖବର ମୁତାବକ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି ।

Related posts

ଧୋନୀଙ୍କ ୧୦ହଜାର ଫୁଟ ଉଚ୍ଚତାର ପୋଷ୍ଟର

Odisha Sports Bureau

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

Odisha Sports Bureau

T20ରୁ ବାଦ ପଡି କିଛି ଏମିତି ପୋଷ୍ଟ କଲେ ଏହି କ୍ରିକେଟ ଖେଳାଳି

Odisha Sports Bureau