More Sports

ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତର ୩ ପଦକ ସହ ଅଭିଯାନ ଶେଷ

ତାସକେଣ୍ଟ : ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତକୁ ୩ଟି କାଂସ୍ୟ ପଦକ ମିଳିଛି । ନିଶାନ୍ତ ଦେବ (୭୧ କେଜି), ଦୀପକ ଭୋରିଆ (୫୧ କେଜି) ଏବଂ ମହମ୍ମଦ ହୁସାମୁଦିନ (୫୭ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଗୁରୁବାର କ୍ବାର୍ଟର ଫାଇନାଲ୍ ବେଳେ ଆଣ୍ଠୁ ଜନିତ ଆଘାତ ଯୋଗୁଁ ହୁସାମୁଦ୍ଦିନ ଶୁକ୍ରବାର ସେମିଫାଇନାଲ୍ରୁ ଓହରିଯାଇଥିଲେ। ଫଳରେ ତାଙ୍କ କ୍ୟୁବା ପ୍ରତିଦ୍ବନ୍ଦ୍ବୀ ସାଇଡେଲ ହୋର୍ତାଙ୍କୁ ୱାକ୍ଓଭର ମିଳିଯିବାରୁ ହୁସାମୁଦ୍ଦିନ କାଂସ୍ୟରେ ଅଟକି ଯାଇଥିଲେ। ଅନ୍ୟପକ୍ଷରେ ଭୋରିଆ ସେମିଫାଇନାଲ୍ ଲଢ଼େଇରେ ଦୁଇଥର ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ଫ୍ରାନ୍ସର ବିଲାଲ ବେନ୍ନାମାଙ୍କ ନିକଟରୁ ୩-୪ରେ ହାରିଯାଇଥିଲେ। ସେହିପରି ନିଶାନ୍ତ ଦେବ ସେମିଫାଇନାଲ୍ରେ ଏସୀୟ ବିଜେତା କାଜାକସ୍ତାନ ଯୋଦ୍ଧା ଅସ୍ଲାନବେକ୍ ସିମବରଜେନୋଭ୍ଙ୍କ ନିକଟରୁ ୨-୫ରେ ପରାସ୍ତ ହୋଇଥିଲେ। ଏଥି ସହିତ ଭାରତ ମଧ୍ୟ ପଦକ ତାଲିକାରେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛି।

Related posts

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

Odisha Sports Bureau

ସ୍କ୍ୱାସ ମକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ଦୀପିକା-ହରିନ୍ଦର

Odisha Sports Bureau