Hockey

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି

ଭୁବନେଶ୍ବର: ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ | ଅଷ୍ଟ୍ରେଲିଆ ଗସ୍ତରେ ଦଳ |ଗୁରୁବାର ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ହାରିଯାଇଥିଲା ସବିତାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ | ୨-୪ରେ ଅଷ୍ଟ୍ରେଲିଆଠୁ ହାରିଯାଇଥିଲା ଦଳ | ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ୩ ଗୋଲ୍‌ ଦେଖିବାକୁ ମିଳିଥିଲା। ଆଇସ୍ଲିଂ ଉଟ୍ରି (୨୧ ମିନିଟ୍‌) ଓ ମାଡି ଫିଜପାଟ୍ରିକ (୨୭ ମିନିଟ୍‌)ଙ୍କ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୯ତମ ମିନିଟ୍‌ରେ ସଙ୍ଗୀତା କୁମାରୀଙ୍କ ଗୋଲ୍‌ ବଳରେ ଭାରତ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ସ୍ଥିତି ୧-୨ କରିଥିଲା। ତୃତୀୟ କ୍ବାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଲିସ ଆର୍ନୋଟ (୩୨ ମିନିଟ୍‌) ଓ କର୍ଟନୀ ସ୍କୋନେଲ (୩୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେବାରୁ ଘରୋଇ ଦଳ ୪-୧ରେ ଆଗୁଆ ହୋଇଥିଲା। ୪୦ତମ ମିନିଟ୍‌ରେ ଭ୍ରମଣକାରୀ ଦଳର ଶର୍ମିଳା ଦେବୀ ଗୋଟିଏ ଗୋଲ୍‌ ଶୁଝି ଦେଇଥି‌ଲେ। ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେ‌ଷ ହୋଇଥିଲା। ଉଭୟ ଦଳ ପରବର୍ତ୍ତୀ ମ୍ୟାଚ୍‌ ଶନିବାର ଖେଳିବେ।

Related posts

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

Odisha Sports Bureau

କିଙ୍ଗ ଖାନ ଶାହାରୁଖଙ୍କୁ ଥ୍ୟାଙ୍କ ୟୁ ମ୍ୟାସେଜ ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ପରାସ୍ତ କରିଛି ଭାରତ

Odisha Sports Bureau