Cricket

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ଗ୍ରୁପ୍ ପର୍ୟ୍ୟାୟ ରବିବାର ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ସ୍ବପ୍ନ ଅଧୁରା ରହିଯାଇଛି । ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ହିଁ ଆର୍ସିବିକୁ ୬ ୱିକେଟ୍ରେ ହରାଇ ଦେଇଥିଲା ଗୁଜରାଟ ଟାଇଟନ୍ସ। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ପ୍ରବେଶ ମଧ୍ୟ ନିଶ୍ଚିତ ହୋଇଯାଇଥିଲା।
ରବିବାର ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ରେ ୧୯୮ ରନ୍କୁ ପିଛା କରିଥିବା ଲିଗ୍ ଟପ୍ପର ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ଭାରତୀୟ ଯୋଡ଼ି ଶୁବମନ ଗିଲ୍ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍ (୧୧.୫ ଓଭରରୁ) ଉଠାଇ ବାଙ୍ଗାଲୋର୍ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ। ମଙ୍ଗଳବାର କ୍ବାଲିଫାୟାର-୧ରେ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ବୁଧବାର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁକାବିଲା ହେବ।

Related posts

ଗୋଟିଏ ପେଷ୍ଟ ପାଇଁ ଗିଲଙ୍କୁ ୧୫% ଫାଇନ

Odisha Sports Bureau

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

Odisha Sports Bureau

ଇଣ୍ଡିଆ-ନିୟୁଜଲ୍ୟାଣ୍ଡ:ପାର୍ଥାବ ପଟେଲ ଶତକରୁ ବଞ୍ଚିତ, ଭାରତ ଏ ସଂଗ୍ରହ କଲା ବିଶାଳ ସ୍କୋର, ଭାରତୀୟ ବୋଲର୍ କରିଲେ ନିରାଶ

Odisha Sports Bureau