Cricket

ଗୋଟିଏ ପେଷ୍ଟ ପାଇଁ ଗିଲଙ୍କୁ ୧୫% ଫାଇନ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ନିରାସ କରିଛନ୍ତି ଟିମ ଇଣ୍ଡିଆ । ଭାରତକୁ ହରାଇ ଟାଇଟଲ ଦଖଲ କରିଛି କଙ୍ଗାରୁ ଟିମ୍। ହେଲେ WTC ଫାଇନାଲ୍ରେ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆକୁ ଲାଗିଛି ଡବଲ ଝଟକା। ପ୍ରଥମଟି ହେଲା ଧିମା ବୋଲିଂ ପାଇଁ ଫାଇନ୍। ଦ୍ୱିତୀୟଟି ଶୁବମନ୍ ଗିଲଙ୍କ  ଅତିରିକ୍ତ ଫାଇନ ।
ଦଳର ବ୍ୟାଟର ଶୁବମନ ଗିଲଙ୍କୁ ଅତିରିକ୍ତ ୧୫% ଫାଇନ ଲାଗୁ କରାଯାଇଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସ ରେ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ।ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ କରାଇ ଦେଇଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ଏହା ବିରୋଧରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଜୋରିମାନା ଦେବାକୁ କୁହାଯାଇଛି। ଏହାର ଅର୍ଥ ଗିଲଙ୍କ  ମ୍ୟାଚ୍ ଫି’ ୧୧୫% କଟିଛି।

ଟିମ ଇଣ୍ଡିଆର ସବୁ ଖେଳାଳିଙ୍କ ମ୍ୟାଚ୍ ଫି’ ୧୦୦% କଟିଛି।ଧିମା ବୋଲିଂ ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି। ଆଇସିସି ତା’ ବିବୃତିରେ କହିଛି ଯେ ଭାରତୀୟ ଟିମ ଧାର୍ୟ୍ୟ ସମୟରେ ୫ ଓଭର କମ ବୋଲିଂ କରିଥିଲା। ଗୋଟିଏ ଓଭର ବିଳମ୍ବ ପାଇଁ ୨୦% ମ୍ୟାଚ୍ ଫି’ କଟିଥାଏ। ତେଣୁ ୫ ଓଭର ବିଳମ୍ବ ପାଇଁ ଭାରତୀୟ ଟିମର ଶତପ୍ରତିଶତ ମ୍ୟାଚ୍ ଫି’ କଟିଛି।

Related posts

ଶ୍ରୀଲଙ୍କା ବିସ୍ଫୋରଣ ଘଟଣାରେ କିକ୍ରେଟ ଜଗତର ନିନ୍ଦା

Odisha Sports Bureau

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ମ୍ୟାଚ୍‌ ନେଇ ଭାରତୀୟ-ଏ ଦଳ ଘୋଷିତ, ରାଜ ବାୱା ଦଳରେ ସାମିଲ

Odisha Sports Bureau

ନ୍ୟୁଜିଲାଣ୍ଡକୁ ହରାଇଲା ୱେଷ୍ଟ୍ଇଣ୍ଡିଜ୍