Cricket

ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ଫାଇନାଲରେ

ଭୁବନେଶ୍ୱର: ଗ୍ରୁପ ଟପ୍ପର ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି। ଏଥି ସହ ଦଶମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି। ଗତକାଲି ଚେପକ୍ ଷ୍ଟାଡ଼ିୟମରେ ଖେଳାଯାଇଥିବା କ୍ବାଲିଫାୟାର୍-୧ରେ ସୁପର କିଙ୍ଗସ୍ ଦଳଗତ ପ୍ରଦର୍ଶନ ବଳରେ ଦ୍ବିତୀୟ ସୁଯୋଗକୁ ଅପେକ୍ଷା ନ କରି ସିଧାସଳଖ ଫାଇନାଲରେ ପହଞ୍ଚିଯାଇଛି। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଦୃଢ଼ ମୂଳଦୁଆ ସତ୍ତ୍ବେ ସଂଘର୍ଷ କରିଥିବା ସିଏସ୍କେ ୧୭୨ ରନ୍ କରି ନେଇଥିଲା। ଜବାବରେ କୌଣସି ସମୟରେ ସୁଯୋଗକୁ ହାତେଇ ନପାରି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ କରିପାରିଥିଲା। ଚେନ୍ନାଇର ପ୍ରତି ବୋଲର ଦୀପକ ଚହର, ତୁଷାର ଦେଣପାଣ୍ଡେ, ମାଥିଶା ପଥିରଣା, ରବୀନ୍ଦ୍ର ଜାଦେଜା, ମହେଶ ତୀକ୍ଷଣା ୱିକେଟ୍ ବାଣ୍ଟି ନେଇଥିଲେ। ମ୍ୟାଚ୍ର ଅଷ୍ଟାଦଶ ଓଭରରେ ବଦଳ ଖେଳାଳି ଶୁଭ୍ରାଂଶୁ ସେନାପତି ମିଡ୍ ଅଫ୍ରୁ ଫିଙ୍ଗିଥିବା ଏକ ଥ୍ରୋରେ ଦର୍ଶନ ନଲକାଣ୍ଡେ ରନ୍ ଆଉଟ୍ ହେବା ମଧ୍ୟ ନିର୍ଣ୍ଣାୟକ ହୋଇଥିଲା।

Related posts

ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ତାରିଖ,୧୫ ବଦଳରେ ୧୪ରେ ହେବ ମ୍ୟାଚ

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau

ବାଂଲାଦେଶଠାରୁ ହାରିବା ପରେ ଅଷ୍ଟ୍ରେଲିଆକୁ ଆଉ ଏକ ବଡ଼ ଝଟକା

Odisha Sports Bureau