Cricket

ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ଫାଇନାଲରେ

ଭୁବନେଶ୍ୱର: ଗ୍ରୁପ ଟପ୍ପର ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି। ଏଥି ସହ ଦଶମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି। ଗତକାଲି ଚେପକ୍ ଷ୍ଟାଡ଼ିୟମରେ ଖେଳାଯାଇଥିବା କ୍ବାଲିଫାୟାର୍-୧ରେ ସୁପର କିଙ୍ଗସ୍ ଦଳଗତ ପ୍ରଦର୍ଶନ ବଳରେ ଦ୍ବିତୀୟ ସୁଯୋଗକୁ ଅପେକ୍ଷା ନ କରି ସିଧାସଳଖ ଫାଇନାଲରେ ପହଞ୍ଚିଯାଇଛି। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଦୃଢ଼ ମୂଳଦୁଆ ସତ୍ତ୍ବେ ସଂଘର୍ଷ କରିଥିବା ସିଏସ୍କେ ୧୭୨ ରନ୍ କରି ନେଇଥିଲା। ଜବାବରେ କୌଣସି ସମୟରେ ସୁଯୋଗକୁ ହାତେଇ ନପାରି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ କରିପାରିଥିଲା। ଚେନ୍ନାଇର ପ୍ରତି ବୋଲର ଦୀପକ ଚହର, ତୁଷାର ଦେଣପାଣ୍ଡେ, ମାଥିଶା ପଥିରଣା, ରବୀନ୍ଦ୍ର ଜାଦେଜା, ମହେଶ ତୀକ୍ଷଣା ୱିକେଟ୍ ବାଣ୍ଟି ନେଇଥିଲେ। ମ୍ୟାଚ୍ର ଅଷ୍ଟାଦଶ ଓଭରରେ ବଦଳ ଖେଳାଳି ଶୁଭ୍ରାଂଶୁ ସେନାପତି ମିଡ୍ ଅଫ୍ରୁ ଫିଙ୍ଗିଥିବା ଏକ ଥ୍ରୋରେ ଦର୍ଶନ ନଲକାଣ୍ଡେ ରନ୍ ଆଉଟ୍ ହେବା ମଧ୍ୟ ନିର୍ଣ୍ଣାୟକ ହୋଇଥିଲା।

Related posts

ଏସିଆନ୍ ଗେମ୍ସ ୨୦୨୩: ଏସିଆନ୍ ଗେମ୍ସ ପାଇଁ ଭାରତର ପୁରୁଷ ଏବଂ ମହିଳା ଦଳର ଜର୍ସି ପ୍ରକାଶ; ଦେଖନ୍ତୁ ପ୍ରଥମ ଲୁକ୍

Odisha Sports Bureau

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

Odisha Sports Bureau

କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି , କେଉଁଠୁ ଆସିଲେ ପାକିସ୍ତାନ ଦର୍ଶକ

Odisha Sports Bureau