Cricket

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

(ଓଡ଼ିଶା ସ୍ପୋଟ଼ର୍ସ ): ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ମ୍ୟାଚ ଅନୁଷ୍ଠିତ ହୋଇଛି । ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଥିଲା । ହେଲେ ବର୍ଷା ଯୋଗୁଁ ଏହି ମ୍ୟାଚ ବାତିଲ ହୋଇଛି ।

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପାଗ ଶୁଖିଲା ରହିଥିଲା । କିନ୍ତୁ ମ୍ରାଚ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବର୍ଷା ଜାରି ରହିଥିଲା । ଅପେକ୍ଷା ସତ୍ତେ୍ୱ ମଧ୍ୟ ପାଗରେ ପରିବର୍ତ୍ତନ ହୋଇ ନଥିଲା । ଫଲରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଗଲା । ବତର୍ମାନ ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାର୍ଚ୍ଚ ୧୫ ତାରିଖରେ ଲକ୍ଷେ୍ମାøର ଏକନା ଷ୍ଟାଡ଼ିୟମରେ ଖେଳାଯିବ ।

ଏହି ମଧ୍ୟରେ ଦକ୍ଷିଣ ଆଫ୍ରିକା ଦଳ ଇନଡ଼ୋର ଷ୍ଟାଡ଼ିୟମରେ ନେଟ ଅଭ୍ୟାସ କରୁଛି ।

Related posts

ରାଗି ଗଲେ ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ; କଲେ ଏମିତି ପ୍ରଶ୍ନ

Odisha Sports Bureau

ପୁଣି ଥରେ ବିଶ୍ୱର ନମ୍ବର ୱାନ ସ୍ମୃତି ମନ୍ଧାନା

Odisha Sports Bureau

ଭାରତ-ପାକ୍ ମ୍ୟାଚ୍ ପାଇଁ ନ୍ୟୁୟର୍କ ଗ୍ରାଉଣ୍ଡ ପ୍ରସ୍ତୁତ; ସାମ୍ନାକୁ ଆସିଲା ଲାଟେଷ୍ଟ ଫଟୋ