Wrestling

କୁସ୍ତିଯୋଦ୍ଧାଙ୍କ ମହମବତି ଶୋଭାଯାତ୍ରା

ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାକୁ ନେଇ କୁସ୍ତିଯୋଦ୍ଧାମାନେ ଚଲାଇଥିବା ଆନ୍ଦୋଳନକୁ ମାସେ ପୂରିଲାଣି । ପ୍ରବଳ ଖରା ସତ୍ତ୍ବେ କୁସ୍ତିଯୋଦ୍ଧାମାନଙ୍କ ଆନ୍ଦୋଳନ ଜାରି ରହିଛି । ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଓ ଗିରଫ ଦାବି କୁ ନେଇ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ହଜାର ହଜାର ସମର୍ଥକଙ୍କ ଗହଣରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଆଗରେ ମହମବତି ଶୋଭାଯାତ୍ରା କରିଛନ୍ତି। ଏହି ଯାତ୍ରାରେ ହରିୟାଣା ଓ ପଞ୍ଜାବର ଅନେକ କୃଷକ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ହାତରେ ଜାତୀୟ ପତାକା ଓ ମହମବତି ଧରି ଯାତ୍ରା କରିଥିଲା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। ତେବେ ଦିଲ୍ଲୀ ପୁଲିସ ଏ ମାମଲାର ତଦନ୍ତ କରୁଥିବା ବେଳେ ଶାସକ ଦଳ ନିରବତା ଅବଲମ୍ବନ କରୁଛି। କୁସ୍ତିଯୋଦ୍ଧାଙ୍କ ଏହି ଆନ୍ଦୋଳନ ୨୦୧୮ ମସିହାରେ ହୋଇଥିବା ‘ମି ଠୁ’ ଅଭିଯାନର ପୁନରାବୃତ୍ତି କରିବା ଭଳି ମନେହେଉଛି।

Related posts

ଜାତୀୟ ଭାରୋତ୍ତୋଳନ ଶିବିର ଦୁଇ ମାସ ମୁମ୍ବାଇକୁ ସ୍ଥାନାନ୍ତର

Odisha Sports Bureau

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍

Odisha Sports Bureau