Badminton

୧୯ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରକୁ ୩ ପଦକ

ବାଲେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ୧୯ ବର୍ଷରୁ କମ୍ ଅଲ୍ ଓଡ଼ିଶା ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ଖେଳାଳିଙ୍କୁ ୩ଟି ପଦକ ମିଳିଛି। ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ପୁରୁଷ ବିଭାଗ ଡବଲ୍ସ ଏବଂ ମିକ୍ସଡ୍ ଡବଲ୍ସରେ ଚାମ୍ପିଅନ୍ ହୋଇଥିବା ବେଳେ ପୁରୁଷ ବିଭାଗ ସିଙ୍ଗଲ୍ରେ ରନର-ଅପ୍ ହୋଇଥିଲା। ସେହିପରି ପୁରୁଷ ବିଭାଗ ଡବଲ୍ସ ଫାଇନାଲ୍ରେ ବାଲେଶ୍ୱରର ଖେଳାଳି ଅମୟ ନାୟକ ଓ ସମ୍ବଲପୁରର ତୋସିଫ ଖାନ୍ ଯୋଡ଼ି କଳାହାଣ୍ଡିର ଅର୍ପିତା ପଣ୍ଡା, ବରଗଡ଼ର କ୍ରିଷ୍ଣା ସୌଦିଆ ଯୋଡ଼ିକୁ ପରାସ୍ତ କରିଥିଲେ। ସେହିପରି ମିକ୍ସଡ୍ ଡବଲ୍ସ ଫାଇନାଲ୍ରେ ବାଲେଶ୍ୱରର ଆର୍ୟ୍ୟ ମାଝୀ ଓ ଭୁବନେଶ୍ୱରର ହର୍ଷିତା ରାଉତ ଯୋଡ଼ି କଳାହାଣ୍ଡିର ଅର୍ପିତା ପଣ୍ଡା ଓ ସମ୍ବଲପୁରର ଅଶ୍ବିନୀ ମିଶ୍ର ଯୋଡ଼ିକୁ ପରାସ୍ତ କରିଥିଲେ। ତେବେ ପୁରୁଷ ବିଭାଗ ସିଙ୍ଗଲ୍ ଫାଇନାଲ୍ ମ୍ୟାଚ୍ରେ ଆର୍ୟ୍ୟ ମାଝୀ ରନର-ଅପ୍ ହୋଇଥିଲେ। ବାଲେଶ୍ୱର ଖେଳାଳିଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛା ଜଣାଯାଇଛି।

Related posts

ଭାରତର ଅଭିଜ୍ଞ ବ୍ୟାଡମିଣ୍ଟନ ସାତ୍ୱିକ ଏବଂ ଚିରାଗ ଯୋଡ଼ି ଚାଇନା ମାଷ୍ଟର୍ସର ଫାଇନାଲ୍‌ରେ

Odisha Sports Bureau

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍

Odisha Sports Bureau