Cricket

ଲକ୍ଷ୍ନୌକୁ ପରାସ୍ତ କରି କ୍ବାଲିଫାୟରରେ ପହଞ୍ଚିଲା ମୁମ୍ବାଇ

ମୁମ୍ବାଇ: ଗତ କାଲି ଖେଳାଯାଇଥିବା ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୮୧ ରନ୍ରେ ପରାସ୍ତ କରି ମୁମ୍ୱାଇ ଇଣ୍ଡିଆନ୍ କ୍ବାଲିଫାୟର-୨ରେ ପ୍ରବେଶ କରିଛି। ୨୬ ତାରିଖରେ ଅହମଦାବାଦରେ ଖେଳାଯିବାକୁ ଥିବା କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା କ୍ବାଲିଫାୟର-୧ର ପରାଜିତ ଦଳ ଗୁଜରାଟ ଟାଇଟନ୍ସ ସହ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବର ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ୟ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ମାଧୱାଲ୍ଙ୍କ ସହ ଅନ୍ୟମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ଲକ୍ଷ୍ନୌ ବିପର୍ୟ୍ୟୟରେ ବୁଡ଼ି ରହିଥିଲା। କେବଳ ମାର୍କସ ଷ୍ଟୋଇନିସ୍ ୪୦ ରନ୍ କରି ଧିରେଧିରେ ରନ୍ ଗତି ବଢ଼ାଇବାକୁ ଚେଷ୍ଟା କରୁଥିଲେ ବି ଦ୍ବାଦଶ ଓଭରରେ ରନ୍ ଆଉଟ୍ ହେବାରୁ ଲକ୍ଷ୍ନୌର ସବୁ ଆଶା ମଉଳି ଯାଇଥିଲା। ଷ୍ଟୋଇନିସ୍ଙ୍କ ବ୍ୟତୀତ କାୟଲ ମାୟର୍ସ ଓ ଦୀପକ ହୁଦା ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାଧୱାଲ (୩.୩-୦-୫-୫) ମ୍ୟାଚ୍ ବିଜୟୀ ବୋଲିଂ ଚିତ୍ର ସହ ଟ୍ବେଣ୍ଟି-୨୦ରେ ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ।

Related posts

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

Odisha Sports Bureau

ଗୁଜରାଟ ବିପକ୍ଷରେ ଅର୍ଦ୍ଧଶତକ ହାସଲ କଲେ କୋହଲି

Odisha Sports Bureau