Wrestling

ୟୁନାଇଟେଡ ୱାର୍ଲ୍ଡ ରେସଲିଂର ଚେତାବନୀ; ୪୫ ଦିନ ଭିତରେ ନିର୍ବାଚନ ନ କଲେ ଭାରତୀୟ କୁସ୍ତି ସଂଘକୁ ସସପେଣ୍ଡ

ନୂଆଦିଲ୍ଲୀ: ଭାରତରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ପାଇଁ ପ୍ରଥମ ଥର ମୁହଁ ଖୋଲିଛି ୟୁନାଇଟେଡ ୱାର୍ଲ୍ଡ ରେସଲିଂ । କୁସ୍ତିଯୋଦ୍ଧାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ଦିଲ୍ଲୀ ପୋଲିସର ଗିରଫଦାରୀକୁ ସମାଲୋଚନା କରିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ । ଏଥିସହ କୁସ୍ତି ଯୋଦ୍ଧା କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅପିଲ କରିଛି । ତେବେ ଅଭିଯୋଗ ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ତାଙ୍କ ପଦବୀରୁ ଅସ୍ଥାୟୀ ଭାବେ ଦୁରେଇ ରଖାଯାଇଛି ।

ଆଗକୁ କୁସ୍ତି ଯୋଦ୍ଧାଙ୍କ ସହ ଆଲୋଚନା କରିବ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ। ସେମାନଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବ। ଏଥିସହ ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନ ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଆଡହକ୍ କମିଟିକୁ ପୂର୍ବରୁ ଦିଆଯାଇଥିବା ୪୫ ଦିନ ଡେଡଲାଇନ ବିଷୟରେ ମଧ୍ୟ ଆଉଥରେ ମନେ ପକାଇ ଦେଇଛନ୍ତି। ଏହି ଡେଡଲାଇନ ଭିତରେ ଇଲେକଟିଭ ଜେନେରାଲ ଆସେମ୍ବଲି ଗଠନ କରିବା ପାଇଁ କୁହାଯାଇଛି। ଏହି ସମୟ ଭିତରେ ନିର୍ଦ୍ଦେଶ ଅମାନ୍ୟ ହେଲେ ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ, ରେସଲିଂ ଫେଡେରସନ ଅଫ ଇଣ୍ଡିଆକୁ ଭଙ୍ଗ କରିବ। ଏହାଦ୍ବାରା ଆଗକୁ କୁସ୍ତିଯୋଦ୍ଧା ମାନେ ନିରପେକ୍ଷ ଭାବେ ଖେଳିବାକୁ ବାଧ୍ୟ ହେବେ। କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ପାଇଁ ପୂର୍ବରୁ ଦିଲ୍ଲୀରେ ହେବାକୁ ଥିବା ଏସିଆନ ଚାମ୍ପିଆନସିପକୁ କାଜାକସ୍ଥାନରେ କରାଯାଇଥିଲା।

Related posts

୨୦୦ ମିଟର ଫାଇନାଲ୍‌ରେ ଶ୍ରାବଣୀ

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau