Wrestling

ବ୍ରିଜଭୂଷଣ ମାମଲାରେ ଜୁନ ୧୫ ସୁଦ୍ଧା ଶେଷ ହେବ ତଦନ୍ତ: କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ କୁସ୍ତିଯୋଦ୍ଧାଙ୍କ ଆଲୋଚନା ପରେ ଅନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । କ୍ରୀଡ଼ାମନ୍ତ୍ରୀଙ୍କ ସହିତ ହୋଇଥିବା ୫ ଘଣ୍ଟାର ଏହି ଆଲୋଚନାରେ ୫ଟି ଦାବି ରଖିଛନ୍ତ କୁସ୍ତିଯୋଦ୍ଧା ।

ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ଭଳି ପ୍ରମୁଖ କୁସ୍ତିଯୋଦ୍ଧା ଚାକିରିରେ ଯୋଗଦେବା ପରେ ବି ଥମୁନି ଆନ୍ଦୋଳନ । କ୍ରୀଡ଼ାମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଭାରତୀୟ କୃସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କ ଗିରଫ ଓ ଅନ୍ୟାନ୍ୟ ଦାବି ରଖିଛନ୍ତି । ଜୁନ୍ ୧୫ ତାରିଖ ସୁଦ୍ଧା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ତଦନ୍ତ ଶେଷ ହେବ ବୋଲି କ୍ରୀଡ଼ାମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କୁ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ବ୍ରିଜଭୂଷଣ ଗିରଫ ହେବା ନେଇ ମନ୍ତ୍ରୀ କୌଣସି ସୂଚନା ଦେଇନାହାଁନ୍ତି । ଡବ୍ଲ୍ୟୁଏଫଆଇରେ ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ, ବ୍ରିଜ୍ଭୂଷଣ ଅବା ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲ୍ୟୁଏଫଆଇରେ ରହିପାରିବେ ନାହିଁ, କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ ଦାବି କରିଛନ୍ତି କୁସ୍ତିଯୋଦ୍ଧା ।

Related posts

ଖେଳ ରତ୍ନ ଜିତିଥିବା ଷ୍ଟାର ଭାରୋତ୍ତୋଳକ ମିରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନିତ

ଆନ୍ଦୋଳଦରତ ସମୟରେ କୁସ୍ତିଯେଦ୍ଧାଙ୍କ ୱାର୍ମଅପ୍

Odisha Sports Bureau

“ସ୍ପୋର୍ଟସ୍ ପର୍ସନ୍ ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ ହେଲେ ବଜରଙ୍ଗ ପୁନିଆ ଏବଂ ଏଲାଭେନିଲ

Odisha Sports Bureau