Wrestling

ଫେବ୍ରୁଆରି ୧୮ରୁ ଏସୀୟ କୁସ୍ତି ପ୍ରତିଯୋଗିତା

(ଓଡ଼ିଶା ସ୍ପୋର୍ଡ଼ସ ): ଆସନ୍ତା ବର୍ଷ ଫେବ୍ରୁଆରି ୧୮ରୁ ୨୩ ତାରିଖ ପର୍ୟ୍ୟନ୍ତ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ପରେ ଇନ୍‌ଡୋର ଷ୍ଟାଡିୟମରେ ଦ୍ବିତୀୟ ସର୍ବବୃହତ୍‌ ଆନ୍ତର୍ଜାତିକ ଇଭେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ଇନ୍‌ଡୋର ଷ୍ଟାଡିୟମର ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ବିଶ୍ବ କୁସ୍ତି ମହାସ˚ଘ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ପ୍ରତିନିଧି କଟକରେ ପହଞ୍ଚିଥିଲେ। ୟୁଡବ୍ଲ୍ୟୁଡବ୍ଲ୍ୟୁର ପ୍ରତିଯୋଗିତା ପ୍ରବନ୍ଧକ ରାମିଲ ଅହମଦୋଭ ଓ ଭାରତୀୟ କୁସ୍ତି ମହାସ˚ଘର ବାଣିଜ୍ୟକ ସହଯୋଗୀ ତଥା ସ୍ପୋର୍ଟିଂ ସଲ୍ୟୁସନ୍‌ସର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଆଶିଷ ଚଢ଼ାଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଇନ୍‌ଡୋର ଷ୍ଟାଡିୟମକୁ ବୁଲି ଦେଖିଥିଲେ। ପ୍ରତିଯୋଗିତା ହେବା ସ୍ଥାନ, ଡ୍ରେସି˚ ରୁମ୍‌, ଗ୍ୟାଲେରି, ମିଡିଆ ଲାଉଞ୍ଜ, ଖେଳାଳି ଲାଉଞ୍ଜ, ଅଭ୍ୟାସ ସ୍ଥାନ ଇତ୍ୟାଦି ବୁଲି ଦେଖିଥିଲେ। ଷ୍ଟାଡିୟମ ବାହାରପଟେ ଥିବା ତୀରନ୍ଦାଜି ଅଭ୍ୟାସ ସ୍ଥଳରେ ଖେଳାଳିଙ୍କ ଵାର୍ମ ଅପ୍‌ ପାଇଁ ଏକ ସ୍ଥାନ ନିର୍ମାଣ କରାଯିବ। ମ୍ୟାଚ୍‌ର କିଛି ସମୟ ପୂର୍ବରୁ ସେଠାରେ ଵାର୍ମ ଅପ୍‌ କରିବା ପରେ ସେଠାରୁ ସୁଡ଼ଙ୍ଗ ଦ୍ବାରା ଖେଳାଳିମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ତେବେ ଏହି ଵାର୍ମ ଅପ୍‌ ସ୍ଥାନ ଓ ସୁଡ଼ଙ୍ଗ ନିର୍ମାଣ କରିବାକୁ ସ୍ଥାନୀୟ ଆୟୋଜକଙ୍କ ସହିତ ଆଲୋଚନା କରାଯିବ ବୋଲି ଆଶିଷ ଚଢ଼ା ସୂଚନା ଦେଇଛନ୍ତି।

Related posts

ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂଙ୍କ ବୟାନ ପରେ ବଢ଼ିଲା ବ୍ରିଜଭୂଷଣଙ୍କ ଅଡ଼ୁଆ

ବିନେଶଙ୍କ ଦାବିକୁ ଅନୁମୋଦନ କଲା କ୍ରୀଡା ମନ୍ତ୍ରଣାଳୟ

Odisha Sports Bureau

ରେସଲର ଯୌନ ନିର୍ଯାତନା ମାମଲାରେ ନୋଟିସ

Odisha Sports Bureau