Cricket

ଟିମ ଇଣ୍ଡିଆ ପାଇଁ ଖୁସି ଖବର,ରିଷଭଙ୍କ ହେବନି ଦ୍ୱିତୀୟ ଅପରେସନ

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଓ୍ଵିକେଟ୍ କିପର ବ୍ୟାଟର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରୁଛି । ଡାକ୍ତର କହିଛନ୍ତି ପନ୍ତଙ୍କର ଆଉ ଦ୍ୱିତୀୟ ଅପରେସନ୍ ଦରକାର ନାହିଁ । ଏମିତିକି ଆଗାମୀ ବିଶ୍ୱ କପ୍ରେ ପନ୍ତଙ୍କ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି ।
ଗତବର୍ଷ ଡିସେମ୍ବର ମାସରେ ଏକ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପନ୍ତ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଣ୍ଠୁରେ ଅପରେସନ୍ ହୋଇଛି । ଯାହାଫଳରେ ଏପର୍ୟ୍ୟନ୍ତ ସେ ପଡ଼ିଆକୁ ଓହ୍ଲାଇବା ସ୍ଥିତିରେ ନାହାନ୍ତି । ତାଙ୍କର ଆଉ ଏକ ଅପରେସନ୍ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା । ଯାହାକୁ ବିସିସିଆଇ ଖଣ୍ଡନ କରି ପନ୍ତ ଶୀଘ୍ର ସୁସ୍ଥ ହେଉଛନ୍ତି । ତାଙ୍କର ପୁଣି ଅପରେସନ୍ ଦରକାର ନାହିଁ । ଏମିତିକି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବିସିସିଆଇ ତରଫରୁ କୁହାଯାଇଛି ।

ପ୍ରତି ଦୁଇ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରାଯାଉଛି । ସେ ଶୀଘ୍ର ସୁସ୍ଥ ହେଉଥିବାରୁ ସମୟ ପୂର୍ବରୁ ପୂରା ଫିଟ୍ ହୋଇ ଯିବେ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି । ଅପରେସନ୍ ପରେ ପନ୍ତ ଆଶାବାଡ଼ି ସହାୟତାରେ ଚାଲୁଥିଲେ । ତେବେ ପରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସେ ଆଶାବାଡ଼ି ଛାଡ଼ି ନିଜେ ଚାଲୁଥିବାର ଦେଖା ଯାଇଥିଲା ।

Related posts

ଆଜିଠାରୁ ଦ୍ବିତୀୟ ଟେଷ୍ଟ: କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ

Odisha Sports Bureau

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀ

Odisha Sports Bureau

ହାତରେ ବିୟରେ ଧରି ରାସ୍ତାରେ ବୁଲିଲେ ସାରା ତେନ୍ଦୁଲକର

Odisha Sports Bureau