Cricket

ଆନିମଲ୍ ଲୁକ୍ ରେ ଥାଲ୍ଲା : ଭାଇରାଲ ହେଉଛି ମାହିଙ୍କ ନୂଆ ଭିଡିଓ

ବ୍ୟୁରୋ : କ୍ରିକେଟ ଜଗତର ମହାନ୍ ଖେଳାଳି ମହେନ୍ଦ୍ର ସିଂ ଧୋନୀ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ହେଲିକପ୍ଟର ସଟ୍ ଠାରୁ ଆରମ୍ଭ କରି ଚାଷ ଜମିରେ ଚାଷ କରିବା । ପୁଣି ସେନା ଶିବିରରେ ୟୁନିଫର୍ମ ପିନ୍ଧି ବୁଲିବା ଠାରୁ ନେଇ ବାଇକ କଲେକ୍ସନ ସବୁ ଥିରେ ଚର୍ଚ୍ଚାରେ ମାହି । ହଟକେ ଅନ୍ଦାଜରେ ନଜର ଆସୁଥିବା ପୂର୍ବତନ କ୍ୟାପଟେନ୍ କୁଲଙ୍କର ଏବେ ଆଉ ଏକ ଅନ୍ଦାଜ୍ ବେଶ୍ ଚର୍ଚ୍ଚା ସାଉଁଟିଛି ।

MS Dhoni Turns Into 'Animal' In Advertisement For Sandeep Reddy Vanga,  Video Breaks Internet | Cricket News

ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ର ଶୁଭାରମ୍ଭ ମାର୍ଚ୍ଚ ୨୨ ତାରିଖରୁ ହେବାକୁ ଯାଉଛି । ୟେଲୋ ଜର୍ସି ଟିମର ଅନ୍ୟ ଖେଳାଳିଙ୍କ ସମେତ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି । ଟ୍ରେନିଂ ସେସନରେ ନିଜ ଫର୍ମରେ ଝଲକ ଦେଖାଇ ସମସ୍ତଙ୍କୁ ଚକିତ କରିଛନ୍ତି ଥାଲ୍ଲା । ତେବେ ଏହାରି ଭିତରେ ମାହିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ନିକଟରେ ଏକ ବିଜ୍ଞାପନରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ‘ଆନିମଲ୍’ ଫିଲ୍ମର ଚରିତ୍ରର ଅନୁକରଣ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଥାଲ୍ଲା । ଏହି ବିଜ୍ଞାପନଟି ଏକ ଇଲେକ୍ଟ୍ରିକ୍ ସାଇକେଲ୍ କମ୍ପାନୀ ପାଇଁ ତିଆରି କରାଯାଇଛି । ଯେଉଁଥିରେ ଧୋନୀ ଲମ୍ବା କେଶ ରଖି ରଣବୀର କପୁରଙ୍କ ପରି ଦେଖାଯାଉଛନ୍ତି ।

MS Dhoni turns 'Animal' for new ad, leaves X speechless with acting skills,  'An alternative career' | Mint
ବିଜ୍ଞାପନରେ ଧୋନୀ ନିଜର ଦାମୀ କାରରୁ ଓହ୍ଲାଇ ହାତରେ ଏକ ଇ-ସାଇକେଲ୍ ଧରି ରାସ୍ତା ପାର୍ ହେଉଥିବାର ନଜର ଆସୁଛନ୍ତି । ଫିଲ୍ମରେ ଯେପରି ରଣବୀର କପୁର ବନ୍ଧୁକ ଧରି ଚାଲୁଛନ୍ତି ଠିକ୍ ସେମିତି ନକଲ କରୁଛନ୍ତି ମାହି । ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା ମଧ୍ୟ ବିଜ୍ଞାପନରେ ଅଭିନୟ କରିଛନ୍ତି । ଭାଙ୍ଗା କହୁଛନ୍ତି “ମାଇଣ୍ଡ-ବ୍ଲୋଇଙ୍ଗ୍, ଫାଣ୍ଟାଷ୍ଟିକ୍, ମଜା ଆସିଗଲା ସାର୍ । ଲୋକେ ଅଭିନୟ ଦେଖି ସିଟି ମାରିବେ ନିଶ୍ଚୟ ।” ଧୋନୀ ‘ଆନିମଲ୍’ ଚରିତ୍ରରେ ଅଭିନୟ କଲା ପରି ଉତ୍ତର ଦେଉଛନ୍ତି, ” ଶୁନାଇ ଦେ ରହା ହେ ମୁଝେ , ବେହରା ନହିଁ ହୁଁ ମେ ।” ଭାଙ୍ଗା ଉତ୍ସାହର ସହିତ କହୁଛନ୍ତି, “ଅବ୍ ହୁଆ ନା ମେରା ହିରୋ ରେଡ଼ି ।”
ଏହି ବିଜ୍ଞାପନଟି ସୁଟ୍ ହେବା ପରେ ଅନଲାଇନରେ ଖୁବ୍ ଭାଇରାଲ୍ ହେଉଛି । ଲୋକେ ଧୋନୀଙ୍କ ଅଭିନୟ ଏବଂ ବିଜ୍ଞାପନର କନସେପ୍ଟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Related posts

ବିରାଟଙ୍କୁ ଦେଖି ଗ୍ୟାଲେରୀରେ ଫ୍ଲାଇଙ୍ଗ କିସ୍ ଉଡIଇଲେ ଅନୁଷ୍କା

Odisha Sports Bureau

ବୋଲିଂନୁହେଁ ବ୍ୟାଟିଂରେ ହଇଚଇ ସୃଷ୍ଟି କରୁଛନ୍ତି ଅକ୍ଷର ପଟେଲ

Odisha Sports Bureau

ଭି.ଭେଙ୍କଟରାମଙ୍କୁ ଓଡ଼ିଶା କ୍ରିକେଟର ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି

Odisha Sports Bureau