Cricket

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

ନୂଆଦିଲ୍ଲୀ: ଟି – ୨୦ ବିଶ୍ୱକପ ଲାଗି କାଉନଡାଉନ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତ ଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସମସ୍ତ ୧୨ଟି ଦେଶ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ୧୬ ଟି ଦଳ ଭାଗ ନେବେ। ୮ଟି ଟିମ ସିଧା ସୁପର ୧୨କୁ କ୍ୱାଲିଫାଇ କରିଥିବାବେଳେ ୪ ଟିମ କ୍ୱାଲିଫିକେସନ ଟିମ ଖେଳି ନିଜ ସ୍ଥାନ ପକ୍କା କରିବେ। ଏହି କ୍ୱାଲିଫିକେସନ ରାଉଣ୍ଡରେ ୮ଟି ଟିମ ଖେଳିବେ। ତେବେ ୧୬ ଟିମ ମଧ୍ୟରେ ୧୨ ଟିମ ନିଜ ଦଳ ଘୋଷଣା କରିସାରିଛନ୍ତି। ଟି-୨୦ ମ୍ୟାଚଟି ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ। ତେବେ ନଭେମ୍ବର ୧୩ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ଗ୍ରୁପ ‘ଏ’ ରେ ଅଷ୍ର୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ପ୍ରମୁଖ ରହିଛନ୍ତି। ସେହିପରି ଗ୍ରୁପ ‘ବି’ ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ପ୍ରମୁଖ ରହିଛନ୍ତି।

Related posts

ଟେଷ୍ଟ ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

Odisha Sports Bureau

୨୧ ବର୍ଷୀୟା ଖେଳାଳି ଶ୍ରୀ ଚରଣୀ ବିଶ୍ୱର ନମ୍ବର ୧ ବୋଲର

କିଏ ହେବ ଏଲିମିନେଟ ??

Odisha Sports Bureau