Cricket

ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ୧-୦ରେ ଆଗୁଆ ବିରାଟ ବ୍ରିଗେଡ୍

(ଓଡିଶା ସ୍ପୋର୍ଟ): ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜର ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଅତି ସହଜରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଆଜି ମାକଲିନ୍ ପାର୍କରେ ଖେଳା ଯାଇଥିବା ମ୍ୟାଚ୍ରେ ଘରୋଇ ଦଳକୁ ୮ ଓ୍ଵିକେଟ ପରାସ୍ତ କରି ୫ ମ୍ୟାଚ୍ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ଆଜି ଟସ୍ ଜିତି ନ୍ୟୁଜିଲାଣ୍ଡ ନିଜ ପରିଚିତ ପଡ଼ିଆରେ ପ୍ରଥମେ ବ୍ୟାଟିଂ ନେଇଥିଲା । ନ୍ୟୁଜିଲାଣ୍ଡର ଏହି ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ଭୁଲ ପ୍ରମାଣିତ କରିଥିଲେ। ଭାରତର ସ୍ପିନ୍ ଆକ୍ରମଣ ସମ୍ମୁଖରେ ନ୍ୟୁଜିଲାଣ୍ଡ ଦଳ ବେଶି ସମୟ ଛିଡ଼ା ହୋଇ ପାରି ନାହିଁ। ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନ୍ ରେ ସୀମିତ ରଖିବାରେ ସଫଳ ହୋଇଥିଲେ।

ଭାରତ ତାର ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍ ବିଜୟ ପାଇଁ ୧୫୮ ରନ୍ର ଟାର୍ଗେଟ ପାଇ ଖେଳ ଆରମ୍ଭ କରିଥିଲା। ଭାରତର ପ୍ରଥମ ଓ୍ଵିକେଟ ୪୧ରନ୍ ରେ ପତନ ଘଟିଥିଲା। ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୧ରନ୍ ରେ କରି ଆଉଟ୍ ହେବା ପରେ ଧାଓ୍ଵନଙ୍କ ସହିତ ଆସି ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଆଉଟ ପରେ ଧାଓ୍ଵନଙ୍କ ସହିତ ଯୋଗ ଦେଇଛନ୍ତି ଅମ୍ବାତି ରାଇଡୁ। ରାଇଡୁ ପ୍ରଥମ ବଲରେ ଚୌକା ମାରି ନ୍ୟୁଜିଲାଣ୍ଡ ଗସ୍ତର ଶୁଭାରମ୍ଭ କରିଥିଲେ। ତେବେ ଖେଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହେବାରୁ ଭାରତର ବ୍ୟାଟିଂ ଗୋଟିଏ ଓଭର କମ୍ କରାଯାଇ ବିଜୟ ଲକ୍ଷ୍ୟକୁ ୧୫୬ରନ୍ ସ୍ଥିର କରାଯାଇଥିଲା। ମାତ୍ର ଶିଖର ଧାଓ୍ଵନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ।

Related posts

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

Odisha Sports Bureau

ରୋହିତ, କୋହଲିଙ୍କ କଟିପାରେ ଦରମା, ଏଣିକି ପାଇବେ କମ ଟଙ୍କା

Odisha Sports Bureau

ଆମେରିକୀୟ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା