Cricket

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର…

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ଆଇପିଏଲର ୧୮ତମ ସଂସ୍କରନର ଉଦଘାଟନୀ ମ୍ୟାଚ ଇଡେନ ଗାର୍ଡେନ୍ସରେ ଖେଳାଯିବ । କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ହାଇଭୋଲଟେଜ ମୁକାବିଲା । ୨ ମାସରୁ ଉର୍ଦ୍ଧ ସମୟ ଧରି ଫଟାଫଟ କ୍ରିକେଟ ମ୍ୟାଚର ମଜା ନେବେ କ୍ରିକେଟ ପ୍ରେମୀ । ପ୍ରାୟ ୧୭ ବର୍ଷ ପରେ ଏହି ଦୁଇ ଦଲ ସିଜିନର ପ୍ରଥମ ମ୍ୟାଚରେ ପରସ୍ପରର ମୁହାଁମୁହିଁ ହେବେ । ନୂତନ ସିଜିନରେ, ସମସ୍ତଙ୍କ ନଜର କିଛି ନୂତନ ନିୟମ ଏବଂ ନୂତନ ଅଧିନାୟକଙ୍କ ଉପରେ ରହିବ। ଆଇପିଏଲ ୨୦୨୫ରେ ୧୦ଟି ଟିମ୍ ଟାଇଟଲ ପାଇଁ ମୁହାଁମୁହିଁ ହେବେ। ଅତି କମରେ ସାତଟି ଦଳ ନୂତନ ଅଧିନାୟକଙ୍କ ସହିତ ମଇଦାନକୁ ଓହ୍ଲାଇବେ।


୨୦୦୮ ମସିହାରୁ ଆଇପିଏଲ ଆରମ୍ଭ ହୋଇଥିବା ବେଳେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏହାର ଯଥେଷ୍ଟ କ୍ରେଜ୍ ରହିଛି । ଫଟାଫଟ କ୍ରିକେଟର ଏହି ଫର୍ମାଟରେ ପ୍ରତି ମ୍ୟାଚରେ ରୋମାଞ୍ଚ ଦେଖିବାକୁ ମିଳେ । ଦେଶ ଓ ବିଦେଶର ଅନେକ ତାରକା ଖେଳାଳି ଆଇପିଏଲ ଖେଳୁଥିବାରୁ ପୂରା ବିଶ୍ବରେ ଏହାର ଲୋକପ୍ରିୟତା ରହିଛି । ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।


ତିନିଥର ଚାମ୍ପିଅନ କେକେଆର ନିଜର ଅଭିଯାନକୁ ଉଚ୍ଚ ସ୍ୱରରେ ଆରମ୍ଭ କରିବାକୁ ଚେଷ୍ଟା କରିବ । ଯେତେବେଳେ ରଜତ ପତିଦାରଙ୍କ ନେତୃତ୍ୱାଧିନ ଆରସିବି କଡା ମୁକାବିଲା ଦେବାକୁ ଚେଷ୍ଟା କରିବ । ଟସ୍ ହେବାର ୩୦ ମିନିଟ୍ ପୂର୍ବରୁ ଉଭୟ ଅଧିନାୟକ ପଡିଆରେ ପହଞ୍ଚିବେ । ସେପଟେ ଆଜି କୋଲକାତାରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ରହିଛି । ଏହା ପୂର୍ବରୁ ପଡିଆକୁ ଶୁଖିଲା ରଖିବା ପାଇଁ ସମସ୍ତ ବ୍ୟବସ୍ଥା ପୂର୍ବରୁ କରାଯାଇଛି । ଇଡେନରେ ବଡ଼ ବଡ଼ କଭର ଅଛି ଏବଂ ଗ୍ରାଉଣ୍ଡସମ୍ୟାନମାନେ ବର୍ଷାରୁ ଆଉଟଫିଲ୍ଡକୁ କିପରି ରକ୍ଷା କରିବେ ତାହା ଚିନ୍ତା କରିବାରେ ବ୍ୟସ୍ତ ଅଛନ୍ତି।

Related posts

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର

ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ମ୍ୟାଚରୁ ବାଦ ପଡିଛନ୍ତି

Odisha Sports Bureau

ମେ ୨୬ରେ ଖେଳାଯିବ ଫାଇନାଲ ମୁକାବିଲା

Odisha Sports Bureau