Cricket

ଆଇପିଏଲରୁ ଅବସର ନେଇ ଧୋନିଙ୍କ ବଡ ବୟାନ…

୨୦୨୫ ଆଇପିଏଲ ପରେ ଅବସର ନେବେ କି ମହେନ୍ଦ୍ର ସିଂ ଧୋନି? ଏହା କଣ ତାଙ୍କର ଶେଷ ଆଇପିଏଲ ସିଜନ ହେବ? ଏ ସବୁ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଧୋନି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୂର୍ବତନ ସିଏସ୍ କେ ଅଧିନାୟକ ଧୋନି ଏକ ବଡ଼ ବୟାନ ଦେଇଛନ୍ତି।

ଧୋନି ଆଇପିଏଲ ଫ୍ୟୁଚର୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ IPLରେ କେତେ ଦିନ ପର୍ଯ୍ୟନ୍ତ CSK ପାଇଁ ଖେଳିବେ। ତାଙ୍କ ଆଇପିଏଲ ଭବିଷ୍ୟତ ବିଷୟରେ ମାହି କହିଛନ୍ତି ମୁଁ ଯେତେଦିନ ଚାହିଁବି ସେତେଦିନ CSK ପାଇଁ ଖେଳିପାରିବି, ଏହା ମୋର ଫ୍ରାଞ୍ଚାଇଜ୍। ମୁଁ ହ୍ୱିଲଚେୟାରରେ ଥିଲେ ମଧ୍ୟ ସେମାନେ ମୋତେ ଟାଣି ଆଣିବେ।” ଧୋନିଙ୍କ ଏହି ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯଦିଓ ଧୋନି ଏହା ମଜାରେ କହିଛନ୍ତି, କିନ୍ତୁ ଏହା ଶୁଣି ପ୍ରଶଂସକମାନେ ବହୁତ ଖୁସି।


ଆପଣଙ୍କୁ କହି ରଖୁଛୁ ଯେ ଧୋନି ୧୮ତମ ସିଜିନରେ ପୁଣି ଥରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ଆଜି ଉଝକ ଏବଂ ମୁମ୍ବାଇ ମଧ୍ୟରେ ମ୍ୟାଚ୍ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ସମସ୍ତଙ୍କ ନଜର ଧୋନିଙ୍କ ଉପରେ ରହିବ । ଏ୍ାବତ ଧୋନି ୨୬୪ଟି ମ୍ୟାଚ ଖେଳି ୫୨୪୩ ରନ୍ କରିଛନ୍ତି । ତାଙ୍କ ଇନିଂସରେ ୨୪ଟି ଅର୍ଦ୍ଧଶତକ ଅନ୍ତଭୁକ୍ତ ।

Related posts

ଏସିଆ କପ୍ ୨୦୨୩ ରେ ଭାରତ-ପାକିସ୍ତାନ ମୁହାଁମୁହିଁ

ଗିଲଙ୍କ ବିଫଳତା ଦଳର ପରାଜୟର ଏକ ପ୍ରମୁଖ କାରଣ ଥିଲା…

Odisha Sports Bureau

ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

Odisha Sports Bureau