Cricket

ଧୋନିଙ୍କ ଆଣ୍ଠୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଆର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ

ଚେନ୍ନାଇ:ଚଳିତ ଆଇପିଏଲରେ ୫ଥର ବିଜୟ ହାସଲ କରିଥିବା ଚେନ୍ନାଇ ଟିମର ଅଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଆର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ । ସିଏସ୍କେ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍ ଏହି ସୂଚନା ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି। ତେବେ ଚଳିତ ଆଇପିଏଲରେ ଧୋନି ଆଣ୍ଠୁ ଉପରେ ପଟି ବାନ୍ଧି ଖେଳିଥିଲେ । ୱିକେଟ୍ ପଛରେ ରହିବା ସମୟରେ ସବୁକିଛି ଠିକ୍ଠାକ୍ ଜଣାପଡୁଥିଲା ବେଳେ ଡେରିରେ ବ୍ୟାଟିଂ କରିବାକୁ ଆସୁଥିଲେ।ଆସନ୍ତା ସିଜନରେ ଧୋନି ଖେଳିବେ ନା ତାଙ୍କ ସ୍ଥାନକୁ ଅନ୍ୟ ଖେଳାଳିଙ୍କ ପାଇଁ ଖୋଲା ରଖିବେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସବୁ ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡ଼ି ଦିଆଯାଇଥିବା ବିଶ୍ବନାଥନ୍ କହିବା ସହ ସିଏସ୍କେ ଦଳରେ ଏଭଳି ଚିନ୍ତାଧାରାକୁ ବି ପ୍ରଶ୍ରୟ ଦିଆଯାଉନଥିବା ସେ ପ୍ରତିକ୍ରିୟା ଦେଇଥିଲେ।

Related posts

ଟଙ୍କା ଫେରସ୍ତ ପାଇବେ ଦର୍ଶକେ

Odisha Sports Bureau

ଇଂଲଣ୍ଡ ଦଳରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau