Cricket

ଶିଖର ଧାୱାନଙ୍କ ମନର କଥା

ଶିଖର ଧାୱାନ କହିଲେ ମନର କଥା ।୨୦୧୯ ବିଶ୍ୱକପ ମୋ ପାଇଁ ଥିଲା ସ୍ପେଶାଲ । ଖାସ୍ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାରିଥିବା ଶତକ ମୋ ପାଇଁ ବହୁତ ପ୍ରେରଣଦାୟୀ ।
ପାଖେଇ ଆସୁଛି ବିଶ୍ୱକପ୍ ଆଉ ୧୦୦ ଦିନ ବାକି ରହିଛି । ଚଳିତ ବିଶ୍ୱକପ୍ର ଆୟୋଜକ ରହିଛି ଭାରତ । ଗତ ବିଶ୍ୱକପ୍ରେ ସେମିଫାଇନାଲ୍ରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା । ଯାହାଫଳରେ କି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ୨୦୧୯ ବିଶ୍ୱକପ୍ର କିଛି ହୃହୟସ୍ପର୍ଶୀ କଥା କହିଛନ୍ତି ଶିଖର ଧାଓ୍ୱାନ ।
ସେ କହିଛନ୍ତି ଯେ, ବିଶ୍ୱକପ୍ରେ ଟିମ୍ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ମୋ ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଶତକ ବହୁତ ଖାସ୍ ଥିଲା । କାହିଁକି ସେହି ମ୍ୟାଚ୍ରେ ମୋ ହାତ ଭାଙ୍ଗିଯାଇଥିଲା । ମୁଁ ମାତ୍ର ୨୫ ରନ୍ କରିଥିବା ବେଳେ ମୋ ହାତରେ ଆଘାତ ଲାଗିଥିଲା । ଯାହାଫଳରେ କି ମୋ ହାତ ଭାଙ୍ଗିଯାଇଥିଲା । ତାପରେ ବି ମୁଁ ଖେଳିଚାଲିଥିଲି । ଶେଷରେ ଶତକ ହାସଲ କରିଥିଲା । ଯାହା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ।

Related posts

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ସଞ୍ଜୁ ସାମସନଙ୍କୁ ଲାଗିପାରେ ଝଟକା: ସେମିଫାଇନାଲ୍ ପୂର୍ବରୁ ଆଇସିସିର ବଡ଼ ନିଷ୍ପତ୍ତି?

ସିରାଜଙ୍କ ଜିଦ୍ ଆଗରେ ଶୁଭମନ ଗିଲ୍ ଅସହାୟ