Wrestling

ବ୍ରିଜଭୂଷଣଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ୍

ନୂଆଦିଲ୍ଳୀ: କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୁଲିସ୍ କାର୍ୟ୍ୟାନୁଷ୍ଠାନ ତ୍ବରାନ୍ବିତ କରିଛି। ଦିଲ୍ଳୀ ପୁଲିସର ଏକ ଟିମ୍ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଏବଂ ଗୋଣ୍ଡାସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ପୁଲିସ୍ ସେଠାରେ ପହଞ୍ଚି ତାଙ୍କ ପରିବାର ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ଯୋଗାଡ଼ କରିଛି।

ବ୍ରିଜଭୂଷଣ ନିଜ ବିରୋଧରେ ଥିବା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ଫାଶୀଖୁଣ୍ଟରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ। ତେବେ ପୋକ୍ସୋ ଆଇନରେ ଅଭିଯୁକ୍ତଙ୍କୁ ନିଜେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାର ଦାୟିତ୍ବ ନିଜ ମୁଣ୍ଡକୁ ନେବାକୁ ପଡ଼ିଥାଏ। ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୮୭୨ରେ ପ୍ରମାଣର ବୋଝ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଆଇନ ଅନୁଯାୟୀ ଯେ କେହି ନିଜ ସପକ୍ଷରେ ରାୟ ପାଇବାକୁ ହେଲେ ସେଥିପାଇଁ ଉପଯୁକ୍ତ ପ୍ରମାଣ ଦେବାକୁ ହେବ। ତେବେ ବ୍ରିଜଭୂଷଣଙ୍କ ବିରୋଧରେ ଶିଶୁ ଯୌନ ଶୋଷଣ ବିରୋଧୀ (ପୋକ୍ସୋ) ଆଇନର ଧାରା ୧୦ ଓ ଆଇପିସିର ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

Related posts

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ

ବାସନ୍ଦ ହେଲେ ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳି

Odisha Sports Bureau