Cricket

ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଦ୍ୱିତୀୟ ଦିନ

ଇଂଲଣ୍ଡ:ଇଂଲଣ୍ଡର ଓଭାଲ୍ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ର ଆଜି ହେଉଛି ଦ୍ୱିତୀୟ ଦିନ ।ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଆରମ୍ଭ କରି ୩ ୱିକେଟ୍ରେ ୩୨୭ ରନ୍ କରିଥିଲା । ଅଷ୍ଟ୍ରେଲିଆ ଟିମ୍ ନିଜ ସ୍ଥିତି ଦୃଢ଼ କରିଥିବା ବେଳେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ଏକ ସମୟରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୭୬ ରନ୍ କରିଥିଲା ।

ଟ୍ରାଭିସ୍ ହେଡ୍ ବିସ୍ଫୋରକ ବ୍ୟାଟିଂ କରି ୧୫୬ ବଲ୍ରେ ୧୪୬ ରନ୍ କରି ଅପରାଜିତ ଅଛନ୍ତି । ଏଥିରେ ସେ ମାରିଛନ୍ତି ୨୨ଟି ଚୌକା ଓ ଗୋଟିଏ ଛକା । ତାଙ୍କ ସହ ୯୫ ରନ୍ କରି ଅପରାଜିତ ରହିଛନ୍ତି ଷ୍ଟିଭେନ୍ ସ୍ମିଥ୍ ।
ତେବେ ବୋଲର୍ ଚୟନକୁ ନେଇ ଏବେ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି କାହିଁକି ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ଙ୍କୁ ଭାରତ ଦଳରେ ସାମିଲ କଲା ନାହିଁ ? ତାଙ୍କ ଭଳି ଜଣେ ଶ୍ରେଷ୍ଠ ବୋଲରଙ୍କୁ ଦଳରେ ନିଆନଯିବା ଏକ ଭୁଲ ନିଷ୍ପତ୍ତି ବୋଲି ଭାଗାସ୍କର କହିଛନ୍ତି । ତେବେ ବୋଲିଂ କୋଚ୍ ପାରସ ମାମ୍ବ୍ରେ କହିଛନ୍ତି କି ଓଭାଲ୍ ର ପିଚ୍କୁ ଦେଖି ଅଶ୍ୱିନ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି ।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ କିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ କଲା?

Odisha Sports Bureau

ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ

Odisha Sports Bureau

ଜ୍ୟାକବ ମାର୍ଟିନଙ୍କୁ ଚେକ୍ ଦେଇ ସାହାର୍ଯ୍ୟର ହାତ ବଢାଇଲେ କୃନାଲ ପାଣ୍ଡ୍ୟା

Odisha Sports Bureau