More Sports

ସ୍କୁଲରେ ହ୍ୱିଲ ଚେୟାର ସୁବିଧା ନଥିବାରୁ ଦିବ୍ୟାଙ୍ଗ ଆଥଲେଟଙ୍କୁ ମିଳିଲାନି ଆଡମିଶନ୍

ନୂଆଦିଲ୍ଲୀ: ପାଠପଢ଼ା ପାଇଁ ଦିବ୍ୟାଙ୍ଗ ଆଥଲେଟଙ୍କୁ ସ୍କୁଲରେ ମିଳିଲାନି ଆଡମିସନ୍ । ଡେରାଡୁନରେ ଥିବା ବହୁ ନାମି ସ୍କୁଲରେ ହ୍ବିଲ ଚେୟାର ଛାତ୍ରଛାତ୍ରୀଙ୍କ ପାଇଁ କିଛି ସୁବିଧା ନାହିଁ । ରାମ୍ପ କରାଯାଇ ନଥିବା ବେଳେ ଲିଫ୍ଟ ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ପରିବାର ସହ ଡେରାଡୁନରୁ ବେଙ୍ଗାଲୁରୁକୁ ସିଫ୍ଟ ହେବେ ପାରା ଆଥଲେଟ୍ ହୋପ୍ ଡାଭିଡ୍ ।

ଅନ୍ତର୍ଜାତୀୟସ୍ତରରେ ଦେଶ ପାଇଁ ଗୌରବ ଆଣିଥିବା ହୋପଙ୍କୁ ସ୍କୁଲରେ ଆଡମିସନ୍ ଦେବାକୁ ମନା କରିଦେଇଛନ୍ତି ଡେରାଡୁନର ଏକାଧିକ ନାମିଦାମୀ ସ୍କୁଲ । ଫଳରେ ହୋପଙ୍କ ପାଠପଢ଼ା ପାଇଁ ପରିବାର ବେଙ୍ଗାଲୁରୁ ସିଫ୍ଟ ହେବାକୁ ନିଷ୍ପତ୍ତି ନେଇଛନ୍ତି । ହୋପ୍ ହ୍ବିଲ ଚେୟାର ଟେନିସ୍ ଓ ହ୍ବିଲ ଚେୟାର ରେସିଂ ଆଥଲେଟ ।

ନିକଟରେ ଦୁବାଇରେ ଆୟୋଜିତ ମାରାଥନରେ ୩୫ ମିନିଟରେ ୪ କିମି ରେସିଂ କରି ରେକର୍ଡ କରିଥିଲେ ହୋପ୍ । ଫଳରେ ହୋପଙ୍କ ଭଳି ଛାତ୍ରୀଙ୍କୁ ସ୍କୁଲରେ ନାମଲେଖା ଅନୁମତି ମିଳୁନଥିବା ତାଙ୍କ ମାଆ କହିଛନ୍ତି । ବେଙ୍ଗାଲୁରୁର ଅନେକ ସ୍କୁଲରେ ହୋପଙ୍କ ଭଳି ପିଲାଙ୍କ ପାଇଁ ସୁବିଧା ଥିବାରୁ ସେଠାକୁ ଚାଲିଯିବାକୁ ନିଷ୍ପତ୍ତି ନେଇଛୁ ବୋଲି ହୋପଙ୍କ ମାଆ କହିଛନ୍ତି ।

Related posts

ଅସ୍ତ୍ରବିରତିକୁ ନେଇ ଭାରତ- ପାକିସ୍ତାନ ସହମତ

Odisha Sports Bureau

ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Odisha Sports Bureau

ଆସନ୍ତାକାଲି ଠାରୁ କଟକରେ କମନେୱଲେଥ ଟେବୁଲ ଟେନିସ