Cricket

ଏସିଆ କପ୍ରୁ ବାଦ ପଡିପାରେ ପାକିସ୍ତାନ

ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ ଆୟୋଜନ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଏପରିକି ପାକିସ୍ତାନ ଏସିଆ କପରୁ ଓହରି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିସିସିଆଇ ପାକିସ୍ତାନକୁ ଏସିଆ କପ ଲାଗି ଭାରତୀୟ ଦଳ ନପଠାଇବା ସହ ନିରପେକ୍ଷ ସ୍ଥାନରେ ଆୟୋଜନ ନେଇ ପ୍ରସସ୍ତାବ ଦେଇଥିଲେ । ପିସିବି କିନ୍ତୁ ପାକିସ୍ତାନରେ ଏସିଆ କପ ଆୟୋଜନ ନେଇ ଅଟଳ ରହିଛି । ଏବେ ଏସିଆ କପ ଆୟୋଜନର ଅଧିକାର ପାଇଥିବା ପାକିସ୍ତାନ ପୂରା ପ୍ରତିଯୋଗିତାରେ ଅଂଶଗ୍ରହଣ ନକରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିସିସିଆଇ ଏସିଆ କପ ପାକିସ୍ତାନ ବଦଳରେ ଅନ୍ୟତ୍ର କରିବା ନେଇ ପ୍ରସ୍ତାବ ଦେଇଥିଲା । ଏହାପରେ ଏସିଆ କପ ଆୟୋଜନ ନେଇ ପିସିବି ମୁଖ୍ୟ ନଜମ ସେଠୀ ହାଇବ୍ରିଡ ମଡେଲର ପ୍ରସ୍ତାବ ଦେଇଥିଲେ ।
ଏସିଆ କଦର ୪ଟି ମ୍ୟଚ ପାକିସ୍ତାନରେ ଓ ଭାରତ ସମେତ ଅନ୍ୟ ମ୍ୟାଚ ନିରପେକ୍ଷ ଭେନ୍ୟୁରେ ଖେଳାଯିବା ନେଇ ପିସିବି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉନ୍ତ ପ୍ରସ୍ତାବକୁ ବାଂଲାଦେଶ ଓ ଆଫଗାନିସ୍ତାନ ହାଇବ୍ରିଡ ମଡେଲ ପ୍ରସ୍ତାବକୁ ସମର୍ଥନ କରିବେ । କିନ୍ତୁ ସେମାନେ ବିସିସିଆଇ ଭଳି ଉକ୍ତ ହାଇବ୍ରିଡ ମଡେଲରୁ ଦୂରେଇ ଯାଇଛନ୍ତି । ସବୁଆଡୁ ନିରାଶ ହେବାପରେ ପାକିସ୍ତାନ ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବାକୁଥିବା ଏସିଆ କପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟରୁ ଜଣାପଡିଛି । ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାରୁ ଓହରି ଯାଇଥିଲା । ଫଳରେ ପାକିସ୍ତାନ ବଦଳରେ ଅନ୍ୟତ୍ର ଏସିଆ କପ ଲାଗି ଦାବି କରିଥିଲା ଏବେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟ ଏସିଆ କପ ପାକିସ୍ତାନ ବାହାରେ ଖେଳାଯାଉ ବୋଲି ମତ ଦେଇଛନ୍ତି ।

Related posts

ଲସ୍ ଆଞ୍ଜେଲସ୍‌ରେ ନାଇଟ୍ ରାଇଡର୍ସ କ୍ରିକେଟ୍ ଗ୍ରାଉଣ୍ଡର ଉଦଘାଟନ କରିଛନ୍ତି ଶାହରୁଖ୍…

କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଆସିଲେ ବିରାଟ କୋହଲି

Odisha Sports Bureau

ବିରାଟଙ୍କ ସ୍ଥାନ ନେବାକୁ ଚାହୁଁଛନ୍ତି ବାବର ଆଜମ

Odisha Sports Bureau