Football

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ।ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏଥିରେ ଅଂଶଗ୍ରହଣ କରିବେ। ଫିଫା ମାନ୍ୟତାରେ ଭାରତ ୧୦୧ତମ ସ୍ଥାନରେ ରହିଥିବା ବେଳେ ଲେବାନନ ୯୯ତମ ସ୍ଥାନରେ ରହିଛି।ଭାନୁଆଟୁ ୧୬୪ ଓ ମଙ୍ଗୋଲିଆ ୧୮୩ତମ ସ୍ଥାନରେ ରହିଛି। ଦେଖିବାକୁ ଗଲେ ଲେବାନନ୍ ଭାରତଠାରୁ ଦୁଇଟି ସ୍ଥାନ ଉପରେ ରହିଛି।ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ହେଉଛି ଲେବାନନ୍ । ଶୁକ୍ରବାର ଭାରତ ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ ଭେଟିବ। ସେହିପରି ଏହି ଦିନ ଲେବାନନ ଓ ଭାନୁଆଟୁ ମଧ୍ୟ ମୁହାଁମୁହିଁ ହେବେ।

ଭାରତୀୟ କୋଚ୍ ଆଇଗର ଷ୍ଟିମାକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି। ଚାମ୍ପିଅନ ହେବାକୁ ଆମେ ପଡ଼ିଆକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ସମ୍ମାଦିକ ସମ୍ମଳନୀରେ ସେ ଏହି କଥା କହିଛନ୍ତି। ଦୀର୍ଘ ୩ ସପ୍ତାହର କଠିନ ପରିଶ୍ରମ ଓ ଅଭ୍ୟାସ ପରେ ଆମେ ପ୍ରଥମଥର ପାଇଁ ମ୍ୟାଚ୍ ଖେଳିବାକୁ ଯାଉଛୁ। ଏହି ଟୁର୍ଣ୍ଣାମେଣ୍ଟ ନେଇ ଆମେ ବେଶ ଉତ୍ସାହିତ ଅଛି। ବିଜୟରୁ ଅଭିଯାନ ଆରମ୍ଭ କରିବା ସହ କ୍ୱାଲିଟି ଖେଳ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛୁ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହେବାକୁ ଆଶା କରୁଛୁ। ଏଥିପାଇଁ ଆମେ ଏଠାରେ ପହଞ୍ଚିଛୁ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛୁ। ଆମ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ତର୍ଜାତୀୟସ୍ତରରେ ନିଜର ବହୁମୂଲ୍ୟ ଅଭିଜ୍ଞତା ହାସଲ କରିବା ସହ ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ପାଇବେ।

Related posts

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

Odisha Sports Bureau

ଭାରତ ଓ ଓମାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଡ଼୍ର

Odisha Sports Bureau

ଭାରତୀୟ ମହିଳା ଫୁଟବଲ୍ ଟିମର ଗୋଲ୍ଡେନ୍ ହାଟ୍ରିକ୍

Odisha Sports Bureau