Football

କିଟ ଓ କିସ୍ ରେ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ

ଭୁବନେଶ୍ୱର: କିଟ ଓକିସ୍ ରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ ଏହା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଏଥିପାଇଁ କିଟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଖେଳାଳି , କୋଚ ଓ ଅଫିସିଆଲସଙ୍କ ସମସ୍ତ ବ୍ୟବସ୍ଥା ମିଟରେ କରାଯାଉଛି । ଏଥିରେ ଭାରତର ୨୬ଟି ରାଜ୍ୟରୁ ୫ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଉଛନ୍ତି । ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି କିଟ୍ । କିଟ୍ ଓ କିସ୍ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟ୍ରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଜାତୀୟସ୍ତରର ଏହି ପ୍ରତିଯୋଗିତା ପାଇଁ କେନ୍ଦ୍ର ସରକାର କିଟ୍ ଓ କିସ୍କୁ ଚୟନ କରିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଅନୁଷ୍ଠାନ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି ।

 

 

Related posts

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ପଡ଼ିଆରୁ ଲୁହ ଭିଜା ଆଖିରେ ବିଦାୟ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ୫ଜଣ କ୍ରୀଡ଼ାବିତ

Odisha Sports Bureau