Football

ଭାରତୀୟ ଫୁଟବଲ ଟିମ ବାଲେଶ୍ୱର ଟ୍ରେନ ପୀଢିତଙ୍କୁ ୨୦ ଲକ୍ଷ ଦାନ କଲେ

ଭୁବନେଶ୍ୱର:ଗତ କାଲି ଭାରତୀୟ ଫୁଟବଲ ଟିମ୍ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିଛି । ଲେବନାନକୁ ୨-୦ରେ ହରାଇଛି ଭାରତ । ତେବେ ଟିମ୍ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ଭାରତୀୟ ଫୁଟବଲ ଟିମ୍ ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।
ଭାରତୀୟ ଫୁଟବଲ ଟିମ ତରଫରୁ କହିଛନ୍ତି । ଆମେ ସାମୂହିକ ଭାବେ ନିଷ୍ପତ୍ତି ନେଇଛୁ କି, ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ପୀଡିତଙ୍କୁ ପ୍ରଦାନ କରିବୁ । ଆମେ ଜାଣିଛୁ, ଲୋକଙ୍କର କେତେ କ୍ଷତି ହୋଇଛି । ଏହାର କ୍ଷତି କେହି ବି ପୂରଣ କରିପାରିବେ ନାହଁ । କିନ୍ତୁ ଆମେ ଭରସା ରଖିଛୁ, ଏମାନଙ୍କ ପରିବାର କଠିନ ସମୟରେ ଗତି କରୁଛି । ତେଣୁ ସେମାନଙ୍କୁ ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଏକ ଛୋଟ ପ୍ରୟାସ କରିଛୁ ।ତେବେ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ କଲ୍ୟାଣ ଚୌବେ କହିଛନ୍ତି, ଟୁର୍ଣ୍ଣାମେଣ୍ଟକୁ ସଫଳ ଭାବେ ଆୟୋଜନ କରିଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ।

Related posts

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau

ମେସିଙ୍କୁ କୁଣ୍ଢାଇ ପକାଇଲା ଫ୍ୟାନ,ଗିରଫ କଲା ଚୀନ ପୋଲିସ

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau

Leave a Comment