Cricket

ଯଶ୍ୱସୀଙ୍କ ଟେଷ୍ଟରେ ଟିମରେ ଚୟନପରେ ବାପା କାନ୍ଦି ପକାଇଥିଲେ

ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଖେଳିବା ପାଇଁ ଭାରତୀୟ ଟିମ୍ ୨୩ ଜୁନରୁ ଘୋଷଣା ହୋଇସାରିଛି । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମରେ ଯୁବ ଖେଳାଳି ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ମିଳିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମୁକାବିଲାରେ ଟିମ୍ ସହିତ ରିଜର୍ଭ ଖେଳାଳି ଭାବେ ରହିଥିଲେ ।ଏବେ ଟେଷ୍ଟ ଟିମରେ ଚୟନ ହେବା ପରେ ଯଶସ୍ବୀଙ୍କ ପରିବାର ଲୋକେ ବେଶ୍ ଖୁସି ରହିଛନ୍ତି । ଯଶ୍ବସୀ କହିଛନ୍ତି, ଟିମରେ ଚୟନ ହେବା ପରେ ବହୁତ ଖୁସି ଅନୁଭବ କରୁଛି ।
ଟିମରେ ମୋର ଚୟନ ହେବା ଖବର ଶୁଣିବା ପରେ ମୋ ବାପା ଖୁସିରେ କାନ୍ଦି ପକାଇଥିଲେ । ମୁଁ ଏପର୍ୟ୍ୟନ୍ତ ନିଜ ମା’ ସହିତ ଦେଖାହୋଇନି । କିଛି ସମୟ ପରେ ତାଙ୍କୁ ଦେଖା କରିବାକୁ ଯିବି । ମୁଁ ଟିମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି । ମୁଁ ନିଶ୍ଚିତ ଭାବେ ଉତ୍ସାହିତ ରହିଛି । କିନ୍ତୁ ମଇଦାନରେ ପ୍ରମାଣ କରିବାକୁ ଚାହୁଁଛି । ଟିମରେ ଚୟନ ହେବା ପରେ ଟିକେ ବିଚଳିତ ଲାଗୁଛି, ହେଲେ ଏହା ଏକ ଅଲଗା ଅନୁଭବ ।

Related posts

ଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲ

Odisha Sports Bureau

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

Odisha Sports Bureau