Cricket

ବିଶ୍ୱକପରେ ୫ଟି ହାଇଭୋଲଟେଜ ଗେମ୍

କ୍ରିକେଟର ଏହି ମହାକୁମ୍ଭ ଆଉ ୧୦୦ ଦିନ ବାକି ରହିଛି ।ତେବେ ଆସନ୍ତୁ ନଜର ପକାଇବା ଚଳିତ ବିଶ୍ୱକପରେ ହେବାକୁ ଥିବା ୫ଟି ହାଇଭୋଲଟେଜ ମ୍ୟାଚ ବିଷୟରେ
ଅକ୍ଟୋବର-୧୫, ଭାରତ ଏବଂ ପାକିସ୍ତାନ
ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ଏହି ଦୁଇ ପ୍ରତିଦ୍ୱନ୍ଦି । ଭାରତ ସବୁବେଳେ ବିଶ୍ୱକପ୍ ମୁକାବିଲାରେ ପାକିସ୍ଥାନ ଉପରେ ଭାରି ପଡିଛି । ଏବେ ଯାଏଁ ଦିନିକିଆ ବିଶ୍ୱକପ୍ରେ ଖେଳାଯାଇଥିବା ୭ଟି ଯାକ ମ୍ୟାଚ୍ରେ ବିଜୟ ହୋଇଛି ଭାରତ ।

ଅକ୍ଟୋବର-୫, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ
ଅକ୍ଟୋବର ୫ରେ ମୁହାଁମୁହିଁ ହେବେ ଗତ ବିଶ୍ୱକପ୍ର ଚମ୍ପିଆନ୍ ଓ ରନର୍ସଅପ ଟିମ୍ । ୨୦୧୯ ବିଶ୍ୱକପ୍ରେ ଚମ୍ପିଆନ୍ ହୋଇଥିଲା ଇଂଲଣ୍ଡ । ଆଉ ଫାଇନାଲରେ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପ୍ରେ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ ।

ଅକ୍ଟୋବର-୮, ଭାରତ ଏବଂ ଅଷ୍ଟ୍ରେଲିଆ
ଅକ୍ଟୋବର ୮ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ୫ ଥରର ବିଶ୍ୱକପ୍ ଚମ୍ପିଆନ୍ ଏବଂ ୨ ଥର ବିଶ୍ୱକପ୍ ବିଜେତା ଟିମ୍ ମଧ୍ୟରେ ହେବ ଲଢେଇ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ତାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।

ଅକ୍ଟୋବର-୧୩, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା
ଅକ୍ଟୋବର ୧୩ରେ ଲକ୍ଷ୍ନୌ କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବେ ଦକ୍ଷିଣ ଆଫ୍ରିକା । ଗତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ମାତ୍ର ତିନୋଟି ମ୍ୟାଚ୍ ହିଁ ଜିତିଥିଲା । ଚଳିତ ବର୍ଷ ବିଶ୍ୱକପ୍ରେ ଉଭୟ ଟିମ୍ଙ୍କ ଠାରୁ ଦମ୍ଦାର ପ୍ରଦର୍ଶନ ଦେଖିବାକୁ ମିଳିବ ।

ଅକ୍ଟୋବର -୭, ବାଂଲାଦେଶ ଏବଂ ଆଫଗାନିସ୍ତାନ
ଧର୍ମଶାଳା ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି । ଉଭୟ ଟିମ୍ଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କରର ମ୍ୟାଚ୍ ଦେଖିବାକୁ ମିଳେ । ତେଣୁ ଚଳିତ ବିଶ୍ୱକପ୍ରେ ବି ଏହି ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Related posts

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

Odisha Sports Bureau

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

Odisha Sports Bureau

ଅଷ୍ଟ୍ରେଲିଆ ଭାରତକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି, ପଏଣ୍ଟ ଟେବୁଲରେ ପାକିସ୍ତାନ କେଉଁ ସଂଖ୍ୟାରେ ଅଛି ?

Odisha Sports Bureau