Cricket

ବିଶ୍ୱକପରେ ୫ଟି ହାଇଭୋଲଟେଜ ଗେମ୍

କ୍ରିକେଟର ଏହି ମହାକୁମ୍ଭ ଆଉ ୧୦୦ ଦିନ ବାକି ରହିଛି ।ତେବେ ଆସନ୍ତୁ ନଜର ପକାଇବା ଚଳିତ ବିଶ୍ୱକପରେ ହେବାକୁ ଥିବା ୫ଟି ହାଇଭୋଲଟେଜ ମ୍ୟାଚ ବିଷୟରେ
ଅକ୍ଟୋବର-୧୫, ଭାରତ ଏବଂ ପାକିସ୍ତାନ
ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ଏହି ଦୁଇ ପ୍ରତିଦ୍ୱନ୍ଦି । ଭାରତ ସବୁବେଳେ ବିଶ୍ୱକପ୍ ମୁକାବିଲାରେ ପାକିସ୍ଥାନ ଉପରେ ଭାରି ପଡିଛି । ଏବେ ଯାଏଁ ଦିନିକିଆ ବିଶ୍ୱକପ୍ରେ ଖେଳାଯାଇଥିବା ୭ଟି ଯାକ ମ୍ୟାଚ୍ରେ ବିଜୟ ହୋଇଛି ଭାରତ ।

ଅକ୍ଟୋବର-୫, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ
ଅକ୍ଟୋବର ୫ରେ ମୁହାଁମୁହିଁ ହେବେ ଗତ ବିଶ୍ୱକପ୍ର ଚମ୍ପିଆନ୍ ଓ ରନର୍ସଅପ ଟିମ୍ । ୨୦୧୯ ବିଶ୍ୱକପ୍ରେ ଚମ୍ପିଆନ୍ ହୋଇଥିଲା ଇଂଲଣ୍ଡ । ଆଉ ଫାଇନାଲରେ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପ୍ରେ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ ।

ଅକ୍ଟୋବର-୮, ଭାରତ ଏବଂ ଅଷ୍ଟ୍ରେଲିଆ
ଅକ୍ଟୋବର ୮ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ୫ ଥରର ବିଶ୍ୱକପ୍ ଚମ୍ପିଆନ୍ ଏବଂ ୨ ଥର ବିଶ୍ୱକପ୍ ବିଜେତା ଟିମ୍ ମଧ୍ୟରେ ହେବ ଲଢେଇ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ତାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।

ଅକ୍ଟୋବର-୧୩, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା
ଅକ୍ଟୋବର ୧୩ରେ ଲକ୍ଷ୍ନୌ କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବେ ଦକ୍ଷିଣ ଆଫ୍ରିକା । ଗତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ମାତ୍ର ତିନୋଟି ମ୍ୟାଚ୍ ହିଁ ଜିତିଥିଲା । ଚଳିତ ବର୍ଷ ବିଶ୍ୱକପ୍ରେ ଉଭୟ ଟିମ୍ଙ୍କ ଠାରୁ ଦମ୍ଦାର ପ୍ରଦର୍ଶନ ଦେଖିବାକୁ ମିଳିବ ।

ଅକ୍ଟୋବର -୭, ବାଂଲାଦେଶ ଏବଂ ଆଫଗାନିସ୍ତାନ
ଧର୍ମଶାଳା ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି । ଉଭୟ ଟିମ୍ଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କରର ମ୍ୟାଚ୍ ଦେଖିବାକୁ ମିଳେ । ତେଣୁ ଚଳିତ ବିଶ୍ୱକପ୍ରେ ବି ଏହି ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Related posts

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା , BCCI ଜାରି କଲା ମେଡିକାଲ ରିପୋର୍ଟ

Odisha Sports Bureau

ଆଜି ଟି ୨୦ସିରିଜର ଅନ୍ତିମ ଦିନ

Odisha Sports Bureau

ଆଜି ବୀରେନ୍ଦ୍ର ସେହେୱାଗଙ୍କ ୪୦ତମ ଜନ୍ମଦିନ

Odisha Sports Bureau