Cricket

ବିଶ୍ୱକପ୍ ୨୦୨୩: ଆୟୋଜକ ଷ୍ଟେଟ୍ ଆସୋସିଏସନକୁ ଚିଠି କଲା ବିସିସିଆଇ

ବିଶ୍ୱକପ୍ ୨୦୨୩ର ଆୟୋଜନ କରୁଛି ଭାରତ । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ । ବିସିସିଆଇ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ବିସିସିଆଇ ସଚିବ ଜୟ ଶାହା ବିଶ୍ୱକପ୍ ଆୟୋଜନ କରୁଥିବା ସମସ୍ତ ୧୦ଟି ଷ୍ଟେଟ୍ ଆସୋସିଏସନକୁ ଏକ ଖାସ୍ ଚିଠି ଲେଖିଛନ୍ତି ।

ଚଳିତବର୍ଷ ବିଶ୍ୱକପ ମ୍ୟାଚ୍ ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା ଏବଂ ପୁନେରେ ଖେଳାଯିବ । ସେହିପରି ଓ୍ଵାର୍ମଅପ ମ୍ୟାଚ ଗୌହ୍ଵାଟୀ, ତିରୁଅନ୍ତନପୁରମ ଓ ହାଇଦ୍ରାବାଦରେ ଆୟୋଜିତ ହେବ । ଏମାନଙ୍କୁ ଛାଡି ଅନେକ ବଡ ଷ୍ଟାଡିୟମ ଯେପରି ମୋହାଲି, ନାଗପୁର, ରାଜକୋଟ, ଇନ୍ଦୋର, ରାଞ୍ଚି ଓ ରାୟପୁରକୁ କୌଣସି ମ୍ୟାଚ୍ ନ ମିଳିବାରୁ ସମସ୍ତ ସଂଘ ନିରାଶ ହୋଇଛନ୍ତି । ତେବେ ଏହାକୁ ନେଇ ଜୟ ଶାହା ସମସ୍ତଙ୍କୁ ଚିଠି ଲେଖି ଅପିଲ କରିଛନ୍ତି । ଯେଉଁମାନେ ବିଶ୍ୱକପ୍ ମ୍ୟାଚ୍ ପାଇଁ ନିଜର ନାମ ଦେଇଛନ୍ତି, ସେମାନେ ଆଗାମୀ ଅର୍ନ୍ତରାଷ୍ଟ୍ରୀୟ ସିଜିନ ପାଇଁ ହେବାକୁ ଥିବା ମ୍ୟାଚ୍ ପାଇଁ ନିଜର ନାମ ଦେବେ ନାହିଁ । ସମସ୍ତ ଷ୍ଟେଟ୍ ଆସୋସିଏସନକୁ ଚିଠି ଲେଖି ଅପିଲ କରିଛନ୍ତି ଜୟ ଶାହ।

ଏହାଛଡ଼ା ଯେଉଁମାନଙ୍କୁ ବିଶ୍ୱକପ୍ ମ୍ୟାଚର ଆୟୋଜନ ପାଇଁ ସୁଯୋଗ ଦିଆଯାଇନାହିଁ ସେମାନଙ୍କୁ ବିଶ୍ୱକପ ପୂର୍ବରୁ ହେବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମ୍ୟାଚ୍ ପାଇଁ ସୁଯୋଗ ମିଳିବ । ବିଶ୍ୱକପ ସରିବା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଟି-୨୦ ମ୍ୟାଚ ଖେଳାଯିବ ।

Related posts

ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

Odisha Sports Bureau

ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ

Odisha Sports Bureau

ଧୋନିଙ୍କ ପୁରୁଣା ଭିଡିଓ ଭାଇରାଲ