Cricket

ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଦାମ୍ବୁଲା: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୦୮ ରନ କରିଥିଲା । ଭାରତକୁ ବିଜୟ ପାଇଁ ୧୦୯ ରନ୍ ଟାର୍ଗେଟ ମିଳିଥିଲା । ଯାହାକୁ ଭାରତ ୧୪.୧ ଓଭରରେ ହିଁ ହାସଲ କରିିନେଇଛି । ୧୦୯ ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ୧୪.୧ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଶେଫାଳୀ ବର୍ମା ୨୯ ବଲରୁ ୪୦, ସ୍ମୃତି ମାନ୍ଧାନା ୩୧ ବଲରୁ ୪୫ ରନ ସଂଗ୍ରହ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।ଦୀପ୍ତି ଶର୍ମା ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର, ରେଣୁକା ସିଂ ଓ ଶ୍ରେୟଙ୍କା ପାଟିଲ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ଉଭୟ ୯.୩ ଓଭରରେ ୮୫ ରନ ସଂଗ୍ରହ କରି ନେଇଥିଲେ । ଏହା ପରେ ସ୍ମୃତି ଆଉଟ ହୋଇ ଯାଇଥିଲେ । ୧୧.୪ ଓଭରରେ ଦଳର ସ୍କୋର ୧୦୦ ହୋଇଥିବା ବେଳେ ଶେଫାଳୀ ପ୍ୟାଭିଲିୟନ ଫେରି ଯାଇଥିଲେ । ଦୟାଲନା ହେମଲତା ୧୪ ରନ କରି ଆଉଟ ହେବା ପରେ ଅଧିନାୟକ ହରମନପ୍ରୀତ କୌର ୫ ରନ ଓ ଜେମି ରୋଡ୍ରିଗ୍ୟୁସ ୩ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା । ପାକିସ୍ତାନ ପକ୍ଷରୁ ଅରୂବ ଶାହ ୨ଟି ୱିକେଟ ନେଇଥିଲେ ।

Related posts

ପ୍ରଥମେ ଶ୍ରେୟସ ଆୟର ପରେ  ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା : କେକେଆରର ପିଛା ଛାଡ଼ୁନି ସମସ୍ୟା 

Odisha Sports Bureau

ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତର ଶୋଚନୀୟ ପରାସ୍ତ

Odisha Sports Bureau