Cricket

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ ଘଡ଼ିଘଡ଼ିରେ ବର୍ଷାର ଲୁଚକାଳି ଖେଳ, ନାଟକୀୟ ଉତ୍ଥାନ ପତନ, ପ୍ରତି ଓଭରରେ ନୂଆ ମୋଡ଼ ଏବଂ ହୃତ୍‌ସ୍ପନ୍ଦନ ବନ୍ଦ ହୋଇଗଲା ଭଳି ରୋମାଞ୍ଚ, ସବୁକିଛି ଦେଖିବାକୁ ମିଳିଛି ରବିବାରର ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ରେ। ଆଉ ଭାରତ ଅତ୍ୟନ୍ତ ରୋମାଞ୍ଚକ ଭାବେ ୬ ରନ୍‌ରେ ଜିତିବା ପରେ ୧୪୦ କୋଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଇଛି। ଅନ୍ୟପକ୍ଷରେ ପାକସ୍ତାନ ପୁଣି ଥରେ ମାଟି କାମୁଡ଼ିଛି।ସ୍କୋର୍ ଛୋଟ ଥିଲେ ବି ସାରା ଦୁନିଆର କ୍ରି‌କେଟ୍ ପ୍ରଶଂସକଙ୍କୁ ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌ରେ ବାନ୍ଧି ରଖିବାକୁ ସମର୍ଥ ହୋଇଛି ରବିବାରର ଭାରତ-ପାକିସ୍ତାନ ମ୍ୟାଚ୍।

ସାରା ବିଶ୍ବର ନଜର ରହିଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହାକୁ ପାକିସ୍ତାନ ହାସଲ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବ ନାହିଁ ବୋଲି ଆଶା ରଖିଥିଲେ ପଡ଼ୋଶୀ ଦେଶର ପ୍ରଶଂସକ। ହେଲେ ଭାରତୀୟ ବୋଲର ଭିନ୍ନ ଯୋଜନାରେ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାଣିତ ବୋଲିଂ କରି ପାକିସ୍ତାନକୁ ଚାପରେ ଚାପି ଦେଇଥିଲେ। ଶେଷରେ ଚମକପ୍ରଦ ବିଜୟ ବିଜୟ ଉପହାର ଦେଇଥିଲେ। ଯାହାର ନେତୃତ୍ବ ନେଇଥିଲେ ବୁମ୍ ବୁମ୍‌ ବୁମ୍‌ରା। ହାର୍ଦିକ, ଅର୍ଶଦୀପ, ସିରାଜ ଓ ଅକ୍ଷର ମଧ୍ୟ ପାକିସ୍ତାନ କାନ୍ଧକୁ ଆହୁରି ତଳକୁ ତଳ କରି ଦେଇଥିଲେ। ଶେଷ‌ରେ ଏହି ଦଳ ୭ ୱିକେଟ୍ ହରାଇ ୧୧୩ ରନ୍‌ରେ ଅଟକି ଯାଇଥିଲା। ନସାଉ ଷ୍ଟାଡିୟମ ଉଲ୍ଲସିତ ଦର୍ଶକଙ୍କ ସହ ପ୍ରତିଟି ଭାରତୀୟଙ୍କ ହୃଦୟ ଖୁସିରେ ଗଦ୍‌ ଗଦ୍ ଯାଇଥିଲା। ‌ରବିବାର ନରେନ୍ଦ୍ର ମୋଦୀ ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଇତିହାସ ରଚିଥିଲା ବେଳେ ଭାରତୀୟ ଦଳ ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ତାଙ୍କୁ ସଲାମ କରିଥିଲା ବିଶ୍ବକପ୍‌ରେ ସପ୍ତମ ଥର ପାଇଁ ପାକିସ୍ତାନକୁ ହରାଇ ନିଆରା ଭେଟି ଦେଇଥିଲା। ୧୯ତମ ଓଭରରେ ମାତ୍ର ୩ ରନ୍ ଦେବା ସହ ୪-୦-୧୪-୩ ସହ ନାୟକ ସାଜିଥିଲେ।

Related posts

ସିନିୟର ମହିଳା ଟ୍ବେଣ୍ଟି-୨୦: ଭାରତୀୟ ଦଳରେ ସାମିଲ ହେଲ ୨ ଓଡ଼ିଆ

Odisha Sports Bureau

ଅନିଶ୍ଚିତତାରେ ବାରବାଟୀ ମ୍ୟାଚ

Odisha Sports Bureau

ଶେଷ ଟେଷ୍ଟ୍ରରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍

Odisha Sports Bureau