Cricket

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ: ଏମସିସିର ୩ ସଦସ୍ୟ ନିଲମ୍ବିତ

ଲର୍ଡସ: ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଆସେସ୍ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଠେଲାପେଲା କରିଥିବା ଘଟଣାରେ ୩ ଜଣ ସଦସ୍ୟଙ୍କୁ ଦ ମେରିଲବୋନ କ୍ରିକେଟ୍ କ୍ଲବ୍ ନିଲମ୍ବନ କରିଛି। ୩୭୦ ରନର ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଇଂଲଣ୍ଡ ବ୍ୟାଟର୍ ଜନି ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ୱିକେଟ୍ କିପର୍ ଆଲେକ୍ସ କାରି ବିବାଦୀୟ ଷ୍ଟମ୍ପିଂ କରିବା ପରେ ଏହି ଘଟଣା ଘଟିଥିଲା। ମଧ୍ୟାହ୍ନ ଭୋଜନ ଲାଗି ଅଷ୍ଟ୍ରେଲିଆ ଖେଳାଳି ଲଙ୍ଗ ରୁମକୁ ଆସୁଥିବା ବେଳେ ଉସମାନ ଖୱାଜା ଓ ଡେଭିଡ୍ ୱାର୍ଣ୍ଣରଙ୍କ ସହ ଏମସିସିର କିଛି ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାର ଭିଡିଓ ଫୁଟେଜରୁ ଚିହ୍ନିତ ହୋଇଥିବା ୩ ଜଣ ସଦସ୍ୟଙ୍କୁ ସଙ୍ଗେ ସଙ୍ଗେ ଏମସିସି ନିଲମ୍ବନ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ନ ସରିବା ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିବା ସଦସ୍ୟଙ୍କୁ ଲର୍ଡସକୁ ଅନୁମତି ମିଳିବନି ବୋଲି ଏମସିସି କହିଛି।

Related posts

ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ

Odisha Sports Bureau

ଦ୍ୱିତୀୟ ଦିନିକିଆରେ ଭାରତର ୫୦୦ ତମ ବିଜୟ

ଇତିହାସ ରଚିଛନ୍ତି ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା

Odisha Sports Bureau