Hockey

ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ବର: ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତା | ଭାରତୀୟ ଦଳରେ ଅମିତ, ନୀଲମ | ସ୍ପାନିସ ହକି ସଂଘର ଶତବାର୍ଷକୀ ପ୍ରତିଯୋଗିତା ଲାଗି ଶୁକ୍ରବାର ୨୪ ଜଣିଆ ଭାରତୀୟ ହକି ଦଳ ଘୋଷିତ ହୋଇଛି। ଏହି ଦଳରେ ମାତ୍ର ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି | ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ନୀଲମ ସଂଜୀପ ଖେସ ସ୍ଥାନ ହାସଲ କରିଛନ୍ତି । ଜୁଲାଇ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚତୁଃରାଷ୍ଟ୍ରୀୟ ଏହି ପ୍ରତିଯୋଗିତାରେ ଭାରତ ସହିତ ଇଂଲଣ୍ଡ, ନେଦରଲାଣ୍ଡ୍ସ ଏବଂ ଆୟୋଜକ ସ୍ପେନ୍‌ ଅଂଶଗ୍ରହଣ କରିବେ। ଚଳିତ ବର୍ଷର ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଏବଂ ହାଙ୍ଗଝୌ ଏସୀୟ କ୍ରୀଡ଼ା ପୂର୍ବରୁ ଭାରତୀୟ ଦଳ ପାଇଁ ଏହା ଭଲ ପ୍ରସ୍ତୁତି ହେବ।

ଅଗ୍ରଣୀ ଡ୍ରାଗ୍ ଫ୍ଲିକର ତଥା ଡିଫେଣ୍ଡର୍ ହର୍ମନପ୍ରୀତ୍‌ ସିଂହଙ୍କୁ ଅଧିନାୟକ ଭାର ଅର୍ପଣ କରାଯାଇଥିବା ବେଳେ ମିଡଫିଲ୍ଡର ହାର୍ଦିକ ସିଂହ ଉପ ଅଧିନାୟକ ନିଯୁକ୍ତ ‌ ହୋଇଛନ୍ତି। ଦଳ ଚୟନ ସମ୍ପର୍କରେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ କହିଛନ୍ତି ‘ଆମେ ଅତ୍ୟନ୍ତ ଯତ୍ନର ସହ ଏକ ଯୁବ ଓ ସନ୍ତୁଳିତ ଦଳ ଗଠନ କରିଛୁ। ସର୍ବୋଚ୍ଚ ସ୍ତରରେ ଲଢ଼ିବାକୁ ଏକ ମିଳିତ ପ୍ରୟାସ କରିଛୁ। ଶୀର୍ଷ ଦଳ ଗୁଡିକ ବିପକ୍ଷରେ ଆମ କୌଶଳ, ଦକ୍ଷତାକୁ ଶାଣିତ କରିବାକୁ ସୁଯୋଗ ମିଳିବ। ଏସିଆନ ଚାମ୍ପିଅନ୍ସ ଟ୍ରଫି ଏବଂ ଏସୀୟ ଗେମ୍ସ ପ୍ରସ୍ତୁତି ଦିଗରେ ଏହି ପ୍ରତିଯୋଗିତା ପ୍ରମୁଖ ଭୂମିକା ନେବ। ଆଗକୁ ଆସୁଥିବା ପ୍ରତିଯୋଗିତା ଲାଗି ଆମ ପ୍ରଦର୍ଶନ ବଢ଼ାଇବାରେ ଏହା ସହାୟକ ହେବ’।

Related posts

ଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇ

Odisha Sports Bureau

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଦେହାନ୍ତ

Odisha Sports Bureau

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau