Cricket

ଅଭିନେତ୍ରୀ ନଗମାଙ୍କୁ ମନ ଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୧ ବର୍ଷରେ ପାଦ ଦେଇଛନ୍ତି । ଗାଙ୍ଗୁଲି ଭାରତର ସବୁଠୁ ସଫଳ ଅଧିନାୟକ ମଧ୍ୟରେ ଅନ୍ୟତମ । ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା କ୍ରିକେଟର ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ଖେଳ ଭଳି ନିଜ ବ୍ୟକ୍ତିଗତ ଜୀବନ ପାଇଁ ବେଷ ଚର୍ଚ୍ଚିତ ଥିଲେ ଦାଦା । ଆମେ ସବୁବେଳେ ଦେଖି ଆସୁଛୁ କ୍ରିକେଟ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ପରସ୍ପର ସହିତ ଜଡିତ । ଅନେକ ଖେଳାଳୀ ମଧ୍ୟ ବଲିଉଡ ସେଲିବ୍ରିଟିଙ୍କୁ ବିବାହ କରିଛନ୍ତି । ଆଉ କିଛି ପ୍ରେମ କାହାଣୀ ହୋଇ ରହିଯାଇଛି । ଆଉ ଏମାନଙ୍କ ମଧ୍ୟରେ ଗାଙ୍ଗୁଲିଙ୍କ ପ୍ରେମ କାହାଣୀ ଅନ୍ୟତମ ।


ନଗମା ଏବଂ ଅଭିନେତ୍ରୀ ନଗମାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ବିବାହିତ ଗାଙ୍ଗୁଲିଙ୍କର ଅଭିନେତ୍ରୀ ନଗମାଙ୍କ ସହିତ ସଂପର୍କ ରହିଥିଲା । ନଗମା ଏବଂ ଗାଙ୍ଗୁଲି ୧୯୯୯ରେ ବିଶ୍ୱକପ ବେଳେ ପରସ୍ପର ସହିତ ଦେଖା ହୋଇଥିଲେ । ୨୦୦୦ରେ ଗାଙ୍ଗୁଲି ନଗମାଙ୍କ ସହିତ ସଂପର୍କରେ ରହିଥିଲେ । ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ଗାଙ୍ଗୁଲିଙ୍କ ପରିବାର ଲୋକଙ୍କୁ ଜଣାପଡିବା ପରେ ପତ୍ନୀ ଡୋନା ଚିନ୍ତିତ ହୋଇପଡିଥିଲେ । ଆଉ ଏଥିପାଇଁ ଡୋନା ଗାଙ୍ଗୁଲିଙ୍କ ଠାରୁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଗାଙ୍ଗୁଲି ଏହାକୁ ଗୁଜବ କହି ଡୋନାଙ୍କୁ ସମ୍ଭାଳି ନେଇଥିଲେ ।


ମାମଲା ଦିନକୁ ଦିନ ବିଗିଡିବାରୁ ଗାଙ୍ଗୁଲି ନଗମାଙ୍କ ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଲେ । ଆଉ ଦୁହିଁଙ୍କ ପ୍ରେମ କାହାଣୀ ଅଧାରେ ରହିଗଲା । ଏହାପର ଠାରୁ ନଗମା ଏବଂ ଗାଙ୍ଗୁଲି ଏହାବିଷୟରେ କଥା ହୋଇନାହାନ୍ତି । ୨୦୨୦ରେ ନଗମା ଟ୍ଵିଟରରେ ଗାଙ୍ଗୁଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ଟ୍ଵିଟରେ ଫ୍ୟାନ୍ସ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ପୁଣି ଚର୍ଚ୍ଚା କରିଥିଲେ ।

Related posts

୨ ଓ୍ବିକେଟ୍ ରେ ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

Odisha Sports Bureau

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

Odisha Sports Bureau

ଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନ

Odisha Sports Bureau